Below header

ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ମୃତ ସୌମ୍ୟଙ୍କ ପରିବାର ଓକିଲ, କହିଲେ ମାମଲାରେ କାହାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ ହେଉଛି?

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାରର ଓକିଲ । କହିଛନ୍ତି ମାମଲାରେ କାହାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ ହେଉଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରି ଜେରା କରିବାକୁ ପାର୍ଥସାରଥୀ ନାୟକ ଦାବି କରିଛନ୍ତି ।

ଗତକାଲି ସୌମ୍ୟଙ୍କ ପତ୍ନୀଙ୍କ ସହ ଡିଏଫଓ ସଂଗ୍ରାମକେଶରୀ ବେହେରାଙ୍କ କୌଣସି ସଂପର୍କ ନ ଥିବା ଗଜପତି ଏସପି ତପନ ପଟ୍ଟନାୟକ କହିଥିଲେ । ଡିଏଫଓଙ୍କ କଲ୍‌ ରେକର୍ଡରୁ ସଂପର୍କ ଥିବା ନେଇ କୌଣସି ସୂଚନା ମିଳିନାହିଁ। ଏପରିକି କୌଣସି ପାଖ ପଡ଼ୋଶୀ କେବେ ସଂଗ୍ରାମଙ୍କୁ ସୌମ୍ୟଙ୍କ ଘରେ ଦେଖିନାହାନ୍ତି। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ଜେରା ପରେ ଗଜପତି ଏସ୍‌ପି ସୂଚନା ଦେଇଥିଲେ ।

ଘଟଣା ସଂପର୍କରେ ସୂଚନା ପାଇ ମାନବିକତା ଦୃଷ୍ଟିକୋଣରୁ ସୌମ୍ୟଙ୍କ ଘରକୁ ଯାଇ ତାଙ୍କୁ ଡାକ୍ତରଖାନା ପଠାଇବାର ବନ୍ଦୋବସ୍ତ କରିଥିଲେ ଡିଏଫଓ। ସିଡିଆର ଆନାଲିସିସ୍‌ ଅନୁସାରେ ରୋଷେୟାଙ୍କ ମଧ୍ୟ ଏସିଏଫ୍‌ଙ୍କ ମୃତ୍ୟୁ ସହ ସମ୍ପର୍କ ନାହିଁ । ସେହପରି ଗୁରାଣ୍ଡି ଥାନା ଓଆଇସି ମମତାରାଣୀ ପଣ୍ଡା ବିଦ୍ୟାଭାରତୀଙ୍କ ଦୂର ସଂପର୍କୀୟ ବୋଲି କହିଛନ୍ତି ଏସପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.