ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ୍, ବିସ୍ଥାପିତଙ୍କୁ ମିଳିବ ସହାୟତା

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଧିଗୃହୀତ ହୋଇଥିବା ଅଞ୍ଚଳରେ ଥିବା ଘରଗୁଡ଼ିକ ପାଇଁ ସବୁ ପରିବାରକୁ କ୍ଷତିପୂର୍ଣ ଦିଆଯିବ। ସ୍ଥାନାନ୍ତରିତ ପରିବାରକୁ ପରିବହନ ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଦିଆଯିବ ତୁରନ୍ତ ୫୦ ହଜାର ଟଙ୍କା ସହାୟତା। ବିସ୍ଥାପିତ ପରିବାରକୁ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ଦିଆଯିବ। ପୁନର୍ବାସ ଯୋଜନାରେ ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ଲାଗୁ ହେବ ନାହିଁ। ବିସ୍ଥାପିତ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ ।