କଣ ହୋଇଥାଏ ଯେତେବେଳେ ଆପଣ ମେକଅପ ରିମୁଭ ନକରି ଶୋଇପଡ଼ନ୍ତି, ଜାଣିବା ପରେ କେବେବି କରିବେନି ଏପରି

ସାଧାରଣତଃ ଝିଅ ମାନଙ୍କୁ ମେକଅପ ଲଗାଇବା ବହୁତ ପସନ୍ଦ ହୋଇଥାଏ । ଯେକୌଣସି ପାର୍ଟି ହେଉ କିମ୍ବା ଫଂକ୍ସନରେ ସୁନ୍ଦର ଦେଖାଯିବା ପାଇଁ ପ୍ରାୟତଃ ସବୁ ମହିଳା ମେକଅପ ନେଇଥାନ୍ତି । କିନ୍ତୁ କେବେ କେବେ କୌଣସି ପାର୍ଟି କିମ୍ବା ଫଂକ୍ସନରୁ ଫେରୁ ଫେରୁ ବହୁତ ଲେଟ ହୋଇଯାଇଥାଏ ସେଥିପାଇଁ ଅନେକ ମହିଳା ଥକାପଣ କାରଣରୁ ନିଜର ମେକଅପ ନହଟାଇ ସେମିତି ସୋଇପଡିଥାନ୍ତି । ଏପରି କରି ଆପଣ ଜାଣତରେ ହେଉ କିମ୍ବା ଅଜାଣତରେ ନିଜ ସ୍କିନକୁ ଅନେକ ମାତ୍ରାରେ କ୍ଷତି ପହଞ୍ଚାଉଛନ୍ତି । ପ୍ରାୟତଃ ଅନେକ ଲୋକ ଜାଣିନଥିବେ ଯେ ମେକଅପ ନହଟାଇ ଶୋଇବା ଦ୍ୱାରା ଏହା କେଉଁଭଳି ଭାବେ ଆପଣଙ୍କ ସ୍କିନକୁ କ୍ଷତି ପହଂଚାଇଥାଏ ।

Image result for sleep in makeup images

ଦିନରେ ଆପଣଙ୍କ ସ୍କିନ ପ୍ରୋଟେକ୍ସନ ମୋଡରେ ରହିଥାଏ । ଦିନରେ ସ୍କିନ ସେଲସ ପ୍ରଦୂଷଣ ଏବଂ କ୍ଷତିକାରକ ୟୁବି କିରଣ ସହ ଲଢ଼ିଥାଏ ଏବଂ ରାତିରେ ଆପଣ ବିଶ୍ରାମ ନେବା ସମୟରେ ସ୍କିନ ରିପେୟାର ମୋଡରେ ରହିଥାଏ । ଏପରି ସ୍ଥଳେ ଯଦି ଆପଣ ମେକଅପ ଲଗାଇ ଶୋଇବେ ତାହେଲେ ସ୍କିନକୁ ଏହା ଅଧିକ ମାତ୍ରାରେ କ୍ଷତି ପହଞ୍ଚାଇବ । ତାହେଲେ ଆସନ୍ତୁ ଜାଣିବା ମେକଅପ ଲଗାଇ ଶୋଇବା ଦ୍ୱାରା ଆପଣଙ୍କ ସ୍କିନକୁ ଏହା କେତେ ମାତ୍ରାରେ କ୍ଷତି ପହଞ୍ଚାଇ ଥାଏ ।

ଡ୍ରାଏ ସ୍କିନ

Related image

ଯେଉଁ ମହିଳା ମାନେ ମେକଅପ ଲଗାଇ ସୋଇପଡ଼ନ୍ତି ତାଙ୍କର ସ୍କିନ ବହୁତ ଡ୍ରାଏ ବା ରୁଖା ରୁଖା ରହିଥାଏ । କାରଣ ମେକଅପ ଆପଣଙ୍କ ସ୍କିନର ପ୍ରାକୃତିକ ଆର୍ଦ୍ରତାକୁ ଟାଣି ନେଇଥାଏ । ଯାହାଦ୍ୱାରା ଆପଣଙ୍କ ତ୍ୱଚା ଓ ଓଠ ବହୁତ ଅପ୍ରାକୃତିକ ଏବଂ ରୁଖା ଦେଖାଯାଇଥାଏ । କେବଳ ସେତିକି ନୁହେଁ ଯେଉଁ ମହିଳାମାନେ ରାତିରେ ମେକଅପ ରିମୁଭ କରନ୍ତି ନାହିଁ ସେ ସମୟ ପୂର୍ବରୁ ହିଁ ବୟସ୍କା ଦେଖାଯାଇଥାନ୍ତି ।

ଆଖିରେ ସଂକ୍ରମଣ

Image result for eye infection

ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ମେକଅପ ହଟାଉ ନାହାନ୍ତି ତାହେଲେ ଏହାଦ୍ୱାରା ଆଖିରେ ଡାଇନେଶ, ରେଡନେସ, କୁଣ୍ଡାଇ ହେବା ଏବଂ ଏଭଳିକି ଆଖିରେ ଇନଫେକ୍ସନ ମଧ୍ୟ ହୋଇଥାଏ । ଯାହାଦ୍ବାରା ବିପଦ ବଢ଼ିଯାଇପାରେ । ସାଧାରଣତଃ ଶୋଇବା ସମୟରେ ଆପଣ ଅଜାଣତରେ ନିଜ ଆଖିକୁ ମଳିଦେଇଥାନ୍ତି ଏବଂ ଯଦି ଏହି ସମୟରେ ଆପଣ ଆଇ ମେକଅପ ଲଗାଇଛନ୍ତି ତାହେଲେ ସେଥିରେ ଥିବା କିଛି ଅଂଶ ଆଖି ମଧ୍ୟକୁ ଚାଲିଯାଇଥାଏ ଓ ଏଥିରେ ଥିବା କେମିକାଲସ ଆଖିକୁ କ୍ଷତି ପହଂଚାଇଥାଏ । ସେଥିପାଇଁ ଆପଣଙ୍କ ଆଖିକୁ ସବୁବେଳେ ସୁସ୍ଥ ରଖିବା ପାଇଁ ଶୋଇବା ପୂର୍ବରୁ ସତର୍କତାର ସହ ଆଇ ମେକଅପ ରିମୁଭ କରି ଶୁଅନ୍ତୁ ।

ଏହାସହ ପଢନ୍ତୁ ଯଦି ଖାଇବା ପରେ କରୁଛନ୍ତି ଏହି ଦଶଟି କାମ ତାହେଲେ ଭୋଗିପାରନ୍ତି ଏପରି ଯନ୍ତ୍ରଣା

ଵ୍ରଣର ସମସ୍ୟା

Related image

ମେକଅପ ରିମୁଭ ନକରିବା ଦ୍ୱାରା ମୁଁହରେ ଵ୍ରଣର ସମସ୍ୟା ଦେଖାଯାଇଥାଏ । ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ମେକଅପ ରିମୁଭ କରୁନାହାନ୍ତି, ତାହେଲେ ଏହାଦ୍ୱାରା ଆପଣଙ୍କ ସ୍କିନରେ ଥିବା ରନ୍ଧ୍ର ଗୁଡିକ ବ୍ଲକ ହୋଇଯାଇଥାଏ । ଆଉ ତାପରେ ସ୍କିନରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । କେବଳ ରାତି ସମୟରେ ସ୍କିନ ରିପେୟାର ମୋଡରେ ରହିଥାଏ ଏବଂ ଯଦି ଏହି ସମୟରେ ଆପଣଙ୍କ ଚେହେରାରେ ମେକଅପ ରହିଛି ତାହେଲେ ଆପଣଙ୍କ ସ୍କିନ ଅନହେଲଦି ହୋଇଯିବା ସହିତ ନିର୍ଜୀଵ ଦେଖାଯାଇଥାଏ । ଏହାସହିତ ମୁଁହରେ କଳାଦାଗ, ବ୍ରଣ ଇତ୍ୟାଦିର ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ପୋର୍ସ ବ୍ଲକ ହୋଇଯାଇଥାଏ

Related image

ହେଲଦି ସ୍କିନ ପାଇଁ ପୋର୍ସ ବା ରନ୍ଧ୍ର ଗୁଡିକ ଖୋଲା ରହିବା ବହୁତ ଆବଶ୍ୟକୀୟ ହୋଇଥାଏ । ଯଦି ଏଥିରେ ଧୂଳି ମାଟି ଜମିଯାଉଛି ତାହେଲେ ସ୍କ୍ରବ ଦ୍ୱାରା ଏଗୁଡ଼ିକୁ ବାହାର କରାଯାଇଥାଏ । ଏବଂ ସାରାରାତି ମେକଅପ ରିମୁଭ ନକରିବା ଦ୍ୱାରା ଏହା ଆପଣଙ୍କ ପୋର୍ସ ଗୁଡିକୁ ବ୍ଲକ କରିଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.