+୨ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କାଡ, ଆସନ୍ତା ୨୬ ସୁଦ୍ଧା ସେମାନଙ୍କୁ ରିଲିଜ୍‌ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍): ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କାଡ । କେନ୍ଦ୍ରୀୟ ଜୋନ୍‌ ସ୍କ୍ଵାଡରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍‌ ସ୍କ୍ଵାଡରେ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍‌ ସ୍କ୍ଵାଡରେ ୩୦ ଜଣ ଲେଖାଏ ସଦସ୍ୟ ଅଛନ୍ତି ।

ଯୁକ୍ତ ଦୁଇ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ଵାଡ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଯେଉଁମାନେ ସ୍କ୍ଵାଡ ସଦସ୍ୟ ରହିଛନ୍ତି ସେମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆସନ୍ତା ୨୬ ତାରିଖ ସୁଦ୍ଧା ରିଲିଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ କେନ୍ଦ୍ରୀୟ ଜୋନର ସ୍କ୍ଵାଡ ସିଧାସଳଖ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକଙ୍କୁ ଏବଂ ବାକି ତିନୋଟି ଜୋନ୍‌ର ସଦସ୍ୟମାନେ ନିଜ ନିଜ ଜୋନ୍‌ ୨୭ ତାରିଖ ସୁଦ୍ଧା ରିପୋର୍ଟିଂ କରିବାକୁ କୁହାଯାଇଛି । ସେହିପରି ୨୨ ଟି ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପରିବର୍ତ୍ତନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.