ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ୫ ଜଣଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ଯୁବକ, ଥାନାରେ ପହଞ୍ଚି ପାନେ ଦେଲେ ପତ୍ନୀ

ପଞ୍ଜାବ: ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ପର ନାରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଜଣେ ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ। ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀଙ୍କର ବାହାରେ ୫ ଜଣ ମହିଳାଙ୍କ ସହ ଅବୈଧ ସମ୍ପର୍କ ରହିଛି। ଏ ନେଇ ସେ ବିରୋଧ କରିବାରୁ ସ୍ୱାମୀ ଓ ତାଙ୍କ ତୃତୀୟ ପତ୍ନୀ ତାଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା ବି କରିଛନ୍ତି। କିନ୍ତୁ ଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି। ଏଭଳି ମାମଲା ସାମ୍ନାକୁ ଆସିଛି ପଞ୍ଜାବର ଖିଲ୍ଲୋର ଠାରେ।

ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିବା ପରେ ମହିଳା ଜଣକ ସାମ୍ବାଦିକ ସମ୍ମିଳନୀର ବି ଆୟୋଜନ କରିଥିଲେ। ମହିଳାଙ୍କ ଅଭିଯୋଗ ମୁତାବକ, ୨୦୧୨ ମସିହାରେ ଚନ୍ଦନ ନାମକ ବ୍ୟକ୍ତିଙ୍କ ସହ ତାଙ୍କ ବିବାହ ହୋଇଥିଲା। ତାଙ୍କର ଏବେ ଏକ ୯ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଅଛି। ବିବାହର ୨ ବର୍ଷ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ପତ୍ନୀ। ଚନ୍ଦନ ପୂର୍ବରୁ ବିବାହିତ। କିନ୍ତୁ ଘର ଲୋକ ଓ ପଞ୍ଚାୟତର ସାହାଯ୍ୟରେ ସେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ନେଇ ତାଙ୍କୁ ମିଛ କହି ଦ୍ୱିତୀୟ ବିବାହ କରିଛନ୍ତି। ସେ ସ୍ୱାମୀଙ୍କର ଏହି ମିଛକୁ ସହ୍ୟ କରି ସଂସାରକୁ ଆଗକୁ ବଢ଼ାଇଥିଲେ। ବିବାହର ୨ ମାସ ପରେ ଚନ୍ଦନ କାମ ପାଇଁ ଦୁବାଇ ଚାଲିଯାଇଥିଲେ। ସେ ପ୍ରାୟତଃ ସେଠାରୁ ଛୁଟି ନେଇ ଭାରତ ଆସୁଥିଲେ।

punjab
Image Credit: Punjab Kesari

ଚନ୍ଦନ ଫେରିବା ପରେ ତାଙ୍କ ଚରିତ୍ରକୁ ନେଇ ପତ୍ନୀଙ୍କୁ ସନ୍ଦେହ ହୋଇଥିଲା। ଦିନେ ତାଙ୍କ ହାତରେ ଚନ୍ଦନଙ୍କର ଆଉ ଏକ ମୋବାଇଲ ପଡ଼ିଥିଲା, ଯାହାକୁ ସେ ଲୁଚାଇ ରଖିଥିଲେ। ଏହି ମୋବାଇଲରେ ଚନ୍ଦନଙ୍କ ସହ ଆଉ ୫ ଜଣ ଝିଅଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ ତାଙ୍କ ପତ୍ନୀ। ସେମାନଙ୍କ ଫଟୋ ଓ ଭିଡିଓକୁ ବି ସେ ନିଜ ଆଖିରେ ଦେଖିଥିବା କହିଛନ୍ତି। ଏହା ପରେ ତାଙ୍କ ଝଗଡ଼ା ଲାଗିଥିଲା। ଶାଶୁ- ଶ୍ୱଶୁର ବି ତାଙ୍କ ପକ୍ଷ ନେଇଥିଲେ। ପରେ ଏ ନେଇ ଚନ୍ଦନ କ୍ଷମା ମାଗିବା ସହ ଆଉ ଏମିତି ଭୁଲ ହେବନି ବୋଲି କଥା ଦେଇଥିଲେ। ଛୁଆଙ୍କ ମୁହଁକୁ ଚାହିଁ ସେ ସେତେବେଳେ ଚନ୍ଦନଙ୍କୁ କ୍ଷମା କରିଦେଇଥିଲେ।

କିନ୍ତୁ ୪-୫ ମାସ ତଳେ ତାଙ୍କୁ ଜଣାପଡ଼ିଥିଲା ଯେ ଦୁବାଇରେ ଚନ୍ଦନଙ୍କର ମାହି ନାମ୍ନୀ ଏକ ଝିଅ ସହ ସମ୍ପର୍କ ରହିଛି। ସେ ଚନ୍ଦନ ଫୋନ୍‌ରୁ ମାହିଙ୍କ ନମ୍ବର ନେଇ ତାକୁ ସବୁ ସତ କଥା କହିଥିଲେ। ମାହି ବି ତାଙ୍କୁ କଥା ଦେଇଥିଲେ ଯେ ସେ ଆଉ ଚନ୍ଦନ ସହ ମିଶିବେନି। କିନ୍ତୁ ଗତ ଫେବ୍ରୁଆରୀ ମାସରେ ମାହି ପଞ୍ଜାବ ଆସି ଚନ୍ଦନକୁ ବିବାହ କରିଥିଲା। ଏ ନେଇ ସେ ଜାଣିବା ପରେ ପୁଣି ଘରେ ପାଟି ତୁଣ୍ଡ ହୋଇଥିଲା। ମାହି ସହ ମିଶି ଚନ୍ଦନ ତାକୁ ହତ୍ୟା କରିବାକୁ ଉଦ୍ୟମ ବି କରିଥିଲା। କିନ୍ତୁ କଳେବଳେ କୌଶଳେ ସେ ଖସି ଆସି ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କ ସ୍ୱାମୀକୁ ଥାନାକୁ ଟେକି ଆଣିଥିଲା। ଥାନାରେ ଚନ୍ଦନ ଲିଖିତ ଭାବେ କହିଥିଲା ଯେ ସେ ଆଉ କୌଣସି ମହିଳାଙ୍କ ସହ ସମ୍ପର୍କ ରଖିବ ନାହିଁ। କିନ୍ତୁ ଏବେ ବି ଚନ୍ଦନର ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନାହିଁ ବୋଲି ଅଭିଯୋଗ କରିଛନ୍ତି ମହିଳା। ଏଥିସହ ତାଙ୍କ ସ୍ୱାମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Also Read: ଅଲଗା ହେଲେ ବଲିଉଡ୍‌ର ଷ୍ଟାଇଲିସ୍‌ ଯୋଡ଼ି ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ, ସାମ୍ନାକୁ ଆସିଲା ବଡ଼ କାରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.