ସ୍ଥଳଭାଗ ଅତିକ୍ରମ କରିଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ,ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ଆଜି ସଂଧ୍ୟା ୭ଟା ରୁ ୮ଟା ଭିତରେ ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଗଭୀର ଅବପାତ ଇତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ପ୍ରଭାବରେ ଉତ୍ତର ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବର୍ଷା ଜାରି ରହିଛି । ଉତ୍ତର ବାଲେଶ୍ୱର ଜିଲ୍ଲାରେ ୨୫-୩୦ କିମି ବେଗରେ ପବନ ବହୁଛି । ଆଗାମୀ ୬ରୁ ୮ ଘଣ୍ଟା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବ।

ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଓଡ୍ରାଫ, NDRF ଓ ଅଗ୍ନିଶମ ବାହିନୀଙ୍କୁ ପଠା ଯାଇଛି । ବାଲେଶ୍ୱରକୁ ୨ଟି NDRF, ୨ଟି ଓଡ୍ରାଫ୍‌ ଏବଂ ୪ଟି ଅଗ୍ନିଶମ ଟିମ୍‌ ପଠାଯାଇଛି ।

ସେହିଭଳି ଭଦ୍ରକ ଜିଲ୍ଲାକୁ ୨ଟି ଓଡ୍ରାଫ୍‌, ୨ଟି NDRF ଏବଂ ୬ଟି ଅଗ୍ନିଶମ ଟିମ୍‌ ପଠାଯାଇଛି । ମୟୂରଭଞ୍ଜ ଜିଲ୍ଲାକୁ ଗୋଟିଏ ଲେଖାଏଁ ଓଡ୍ରାଫ୍‌ ଓ NDRF ଏବଂ ୪ଟି ଅଗ୍ନିଶମ ଟିମ୍‌ ପଠାଯାଇଛି । କେନ୍ଦୁଝର ଜିଲ୍ଲାକୁ ଗୋଟିଏ NDRF ଏବଂ ୬ଟି ଅଗ୍ନିଶମ ଟିମ୍‌ ପଠାଯାଇଛି । ବାଲେଶ୍ୱର ସହରରୁ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ସ୍ଥିତି ଓ ତାର ମୁକାବିଲା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀବ ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.