ଜିଲ୍ଲା ପ୍ରଶାସନର ସୂଚନା ମାତ୍ରେ ଲୋକମାନେ ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ପଳାଇ ଆସିବା ପାଇଁ SRCଙ୍କ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ):  ୨୬ରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ୟସ । ଉତ୍ତର ଓଡ଼ିଶା ସୁନ୍ଦରବନରେ ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ବେଳେ ସବୁ ବିଭାଗ ମଧ୍ୟ ଆଗୁଆ ପଦକ୍ଷେପ ନେଉଛନ୍ତି । ବାତ୍ୟା ଯୋଗୁ କୋଭିଡ ହସପିଟାଲ ଓ କୋଭିଡ କେୟାର ସେଣ୍ଟରଗୁଡ଼ିକରେ ଯେପରି ବିଦ୍ୟୁତ ସେବା ବ୍ୟାହତ ନହୁଏ ସେଥିପାଇଁ ଜେନେରେଟର ବ୍ୟବସ୍ଥା କରାଯାଇଛି । ସେହିପରି ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସଆରସି ।

ଜିଲ୍ଲା ଓ ସବ୍‌ ଡିଭିଜନାଲ ହସପିଟାଲରେ ବିକଳ୍ପ ବିଦ୍ୟୁତ ବ୍ୟାକ୍‌ଅପ୍‌ ବ୍ୟବସ୍ଥା କରାଯାଉଛି । ବାତ୍ୟା ସମୟରେ ବିଭିନ୍ନ ଅକ୍ସିଜେନ ପ୍ଲାଣ୍ଟରେ ଉତ୍ପାଦନ ଓ ଅକ୍ସିଜେନ ଯୋଗାଣ ଯେପରି ବାଧାପ୍ରାପ୍ତ ନ ହେବ ସେନେଇ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପ୍ରଶାସନର ସୂଚନା ମାତ୍ରେ ଲୋକମାନେ ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ପଳାଇ ଆସିବା ପାଇଁ ଏସଆରସି ଅନୁରୋଧ କରିଛନ୍ତି । ଏଭିତରେ ସମୁଦ୍ର ଭିତରକୁ ଯାଇଥିବା ରାଜ୍ୟର ସବୁ ମତ୍ସ୍ୟଜୀବୀ ଫେରିଆସିଲେଣି । ମାଛ ଧରିବା ପାଇଁ ଆଉ କୌଣସି ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ କୁହାଯାଇଛି । ସେହିପରି କୃଷକମାନଙ୍କୁ ସେମାନଙ୍କ ଅମଳ ଫସଲ ଓ ଜମିରେ ଥିବା ପନିପରିବା ସୁରକ୍ଷିତ ରଖିବା ପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.