ଏଠି ମଣିଷ ନୁହେଁ, ଗାଡ଼ି ପାର୍କିଙ୍ଗରେ ସାହାଯ୍ୟ କରୁଛି ଏକ କୁକୁର, ଥରେ ଦେଖନ୍ତୁ ଏହି ଭିଡିଓ

କାର ଚଳାଇବା ଠାରୁ ଅଧିକ କଠିନ ହେଉଛି କୌଣସି ଜନଗହଳି ପୂର୍ଣ୍ଣ ସ୍ଥାନରେ କାର ପାର୍କିଙ୍ଗ କରିବା । ଏହି କାମ ନୂଆ ନୂଆ ଗାଡି ଶିଖୁଥିବା ଡ୍ରାଇଭରଙ୍କ ପାଇଁ କୌଣସି ଅଗ୍ନି ପରୀକ୍ଷା ଠାରୁ କମ ନୁହେଁ । କିନ୍ତୁ ଏବେର ଗାଡି ଗୁଡିକରେ ପାର୍କିଙ୍ଗ ସେନସର ଓ କ୍ୟାମେରା ଲାଗିଥିବାରୁ ଗାଡି ପାର୍କିଙ୍ଗ କରିବାରେ ଆଉ ସେତେଟା ଅସୁବିଧା ହେଉନାହିଁ । କିନ୍ତୁ ବିଭିନ୍ନ ସୋସିଆଲ ମିଡିଆରେ କାର ପର୍କିଙ୍ଗ ସହ ଜଡିତ ଏକ ଭିଡିଓ ଖୁବ

ଭାଇରାଲ ହେବାରେ ଲାଗିଛି । ଯାହାକୁ ଥରେ ଦେଖିଲେ ଆପଣ ପାର୍କିଙ୍ଗ ସେନସର ଛାଡିକି ବାର୍କିଙ୍ଗ ସେନ୍ସରର ଜବରଦସ୍ତ ଫ୍ୟାନ ହୋଇଯିବେ । ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ ଏକ କୁକୁର ଟିଏ କେମିତି ଭୁକି ଭୁକି ଗାଡି ଚାଳକଙ୍କୁ ଦିଶା ନିର୍ଦ୍ଦେଶ ଦେଉଛି । ଆଉ ତାହାରି ଇସାରାରେ ଗାଡିଚାଳକ ଜଣଙ୍କ ଗାଡିକୁ ପଛୁଆ ପଛୁଆ କରି ଖୁବ ସହଜରେ ପାର୍କିଙ୍ଗ କରି ରଖୁଛନ୍ତି । ୮ ସେକେଣ୍ଡର ଏହି ଭିଡିଓ କ୍ଲିପଟିରେ ଗୋଲଡେନ ରିଟ୍ରିଟ ପ୍ରଜାତିର ଏକ କୁକୁର ନଜର ଆସୁଛି । ଯିଏକି ଡ୍ରାଇଭର ଜଣଙ୍କୁ ଗାଡିକୁ ପଛୁଆ ପଛୁଆ କରି ଆଣିବା ପାଇଁ ଇସାରା ଦେଉଛି । ପଶୁ ହେଲେବି କୁକୁରଟି ଏମିତି ସଠିକ ଇସାରା ଦେଉଛିଯେ ବିନା କୌଣସି ବାଧାରେ ଗାଡି ଡ୍ରାଇଭର ଜଣଙ୍କ ଗାଡି ପାର୍କିଙ୍ଗ କରିଦେଉଛନ୍ତି ।

ଖାଲି ଭୁକିକି ନୁହେଁ ନିଜ ପଞ୍ଝାକୁ ହଲାଇ ହଲାଇ ସୂଚନା ଦେଉଛିଯେ ଗାଡିଟି ଠିକରେ ପାର୍କ ହୋଇଯାଇଛି । କୁକୁରଟିର ଏହି ଅନ୍ଦାଜକୁ ବି ପ୍ରାୟ ସମସ୍ତେ ପସନ୍ଦ କରିଛନ୍ତି । ଭିଡିଓଟି @humorandanimals ନାମକ ଏକ ପେଜରେ ମେ ୧୯ ତାରିଖରେ ସେୟାର କରାଯାଇଥିବା ବେଳେ ଏଯାବତ ଏହାକୁ ୨୪ ଲକ୍ଷ ଲୋକ ଦେଖିସାରିଥିବା ବେଳେ ୨ ଲକ୍ଷରୁ ଅଧିକ ଲାଇକ ମିଳିବା ସହ ୬୯ ହଜାରରୁ ଅଧିକ ଥର ଋଟ୍ୱିଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.