ସ୍ନାନ ଯାତ୍ରା ପାଇଁ ଆଜି ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ନୀତି

ପୁରୀ (କେନ୍ୟୁଜ୍‌) : ଆଜି ରାତି ଗୋଟାଏରେ ମଙ୍ଗଳାର୍ପଣ ପରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀକୁ ବିଜେ କରିବେ । ପହଣ୍ଡି ପରେ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳେ ପ୍ରତ୍ୟକ୍ଷ ସ୍ନାନ ଅନୁଷ୍ଠିତ ହେବ । ସୁନାକୂଅରୁ ସଂଗୃହୀତ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ପରେ ମହାପ୍ରଭୁଙ୍କ ଛେରା ପହଁରା ନୀତି ହେବ ।

ତେବେ ଆସନ୍ତାକାଲି ସ୍ନାନ ମଣ୍ଡପରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ ଦିବ୍ୟସିଂହ ଦେବ । କୋଭିଡ୍‌ କଟକଣା ଯୋଗୁ ସେ ଅନୁପସ୍ଥିତ ରହିବେ । ଗଜପତିଙ୍କ ସ୍ଥାନରେ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରା ପହଁରା କରିବେ । ସ୍ନାନ ପରେ ଦିନ ୧୧ଟାରୁ ୧୨ଟା ଭିତରେ ହେବ ମହାପ୍ରଭୁଙ୍କୁ ହାତୀ ବେଶ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.