ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌, ଏବେ ବୋଲରଙ୍କ ହାତରେ ଭାରତର ଭାଗ୍ୟ, ୧୩୯ ରନ୍‌ର ଟାର୍ଗେଟ୍‌ ପଛରେ ଦୌଡୁଛି ନ୍ୟୁଜିଲାଣ୍ଡ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ୧୩୯ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ । ଆଜି ଷଷ୍ଠ ତଥା ଅତିରିକ୍ତ ଦିବସ ଖେଳରେ ଭାରତୀୟ ଦଳ ୧୭୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଏବେ ବୋଲରଙ୍କ ହାତରେ ରହିଛି ସବୁ କିଛି । ଭାରତର ସମ୍ମାନ ନିର୍ଭର କରୁଛି ତାଙ୍କରି ଉପରେ । ଶେଷ ଖବର ଅନୁସାରେ ନ୍ୟୁଜିଲାଣ୍ଡ ୮ ଓଭର ସୁଦ୍ଧା କୌଣସି ଓ୍ଵିକେଟ୍‌ ନହରାଇ ୧୯ ରନ୍‌ କରିଛି ।

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ଠାରୁ ପଛୁଆ ଥିବା ଭାରତ ଆଜି ଦ୍ୱିତୀୟ ପାଳିରେ ଓ୍ଵିକେଟ୍‌କିପର ଋଷଭ ପନ୍ତଙ୍କ ଯୋଗୁଁ ୧୭୦ ରନ୍‌ରେ ପହଞ୍ଚି ପାରିଥିଲା । ପନ୍ତ ୮୮ ବଲ୍‌ ଖେଳି ୪୧ ରନ୍‌ କରିଥିଲେ।

ରବୀନ୍ଦ୍ର ଜାଡେଜାଙ୍କ ସହ ୩୭ ରନ୍‌ ଯୋଡ଼ିଥିଲେ । ଯାହା ବେଶ୍‌ ମହତ୍ୱପୂର୍ଣ୍ଣ ଥିଲା । ତେବେ ଅନ୍ୟ କେହି ନ୍ୟୁଜିଲାଣ୍ଡ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ସାଉଦି ୪, ବୋଲ୍‌ଟ ୩ ଏବଂ ଜେମିସନ୍‌ ୨ଟି ଓ୍ଵିକେଟ୍‌ ନେଇଥିଲେ ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.