Below header

ବିଚ୍‌ ରାସ୍ତାରେ ଛୁରାମାଡ଼ରେ ଗଲା ଜିଆର୍‌ଏସ୍‌ଙ୍କ ଜୀବନ, ପୂର୍ବ ଶତ୍ରୁତା ଅନୁମାନ

ଜିଆରଏସଙ୍କୁ ଛୁରୀ ମାରି ହତ୍ୟା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତରପଡ଼ା ଛକ ନିକଟରେ ଜିଆରଏସଙ୍କୁ ଛୁରା ମାଡ଼। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ସୁକାନ୍ତ ପାଣିଗ୍ରାହୀ ଓ ଘର କଳମ୍ବ ଗାଁ ବୋଲି ଜଣାପଡିଛି।

ଗଞ୍ଜାମ (କେନ୍ୟୁଜ): ଜିଆରଏସଙ୍କୁ ଛୁରୀ ମାରି ହତ୍ୟା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତରପଡ଼ା ଛକ ନିକଟରେ ଜିଆରଏସଙ୍କୁ ଛୁରା ମାଡ଼। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ସୁକାନ୍ତ ପାଣିଗ୍ରାହୀ ଓ ଘର କଳମ୍ବ ଗାଁ ବୋଲି ଜଣାପଡିଛି। ସୁକାନ୍ତ ବୁଗୁଡ଼ା ବ୍ଲକର ଏ.କରଡ଼ାବାଡ଼ି ଓ ଶଙ୍କୁରୁ ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟ କରୁଥିଲେ। ଛୁରାମାଡ଼ ପରେ ସୁକାନ୍ତଙ୍କୁ ପ୍ରଥମେ ବୁଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ରାସ୍ତାରେ ସୁକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧାବାଟରେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କିଏ ଓ କାହିଁକି ଜିଆର୍‌ଏସ୍‌ଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରା ମାଡ଼ ହୋଇଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.