ପାରିବାରିକ ଏମରଜେନ୍ସି ଯୋଗୁ ଭାରତ ଫେରିଲେ ବିରାଟ କୋହଲି, ଟେଷ୍ଟ୍‍ ସିିରିଜରୁ ଋତୁରାଜ ଗାୟକୱାଡ ବାଦ୍‌

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୨୬ ତାରିଖରେ ଟେଷ୍ଟ୍‍ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତ ଫେରି ଆସିଛନ୍ତି ବିରାଟ କୋହଲି। ରିପୋର୍ଟ ମୁତାବକ, କୋହଲି ଫ୍ୟାମିଲି ଏମରଜେନ୍ସି କାରଣରୁ ଭାରତ ଫେରିଛନ୍ତି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୨୬ ତାରିଖରେ ଟେଷ୍ଟ୍‍ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତ ଫେରି ଆସିଛନ୍ତି ବିରାଟ କୋହଲି। ରିପୋର୍ଟ ମୁତାବକ, କୋହଲି ଫ୍ୟାମିଲି ଏମରଜେନ୍ସି କାରଣରୁ ଭାରତ ଫେରିଛନ୍ତି।

ଭାରତୀୟ ଟିମ୍‌ ବର୍ତ୍ତମାନ ତିନୋଟି ଫର୍ମାଟ୍‌ର ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଦୁଇ ଟିମ୍‌ ମଧ୍ୟରେ ଟି୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳାଯାଇଥିବା ବେଳେ ଟେଷ୍ଟ ସିରିଜ୍ ବାକି ଅଛି। ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା ଲାଗିଛି। ଓପନର୍ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକୱାଡ ଆହତଜନିତ କାରଣରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍‌ ପଡ଼ିଥିବାବେଳେ ବିରାଟ କୋହଲି ଜରୁରୀ ପାରିବାରିକ କାରଣରୁ ଭାରତ ଫେରିଛନ୍ତି।

କୋହଲି ପ୍ରିଟୋରିଆରେ ଚାଲିଥିବା ତିନି ଦିବସୀୟ ଇଣ୍ଟ୍ରା-ସ୍କ୍ଵାଡ୍‌ ଖେଳରେ ଭାଗ ନେଇପାରି ନାହାନ୍ତି। ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ଯେ କୋହଲି ଡିସେମ୍ବର ୨୬ରେ ସେଞ୍ଚୁରିୟନରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଜୋହାନ୍ସବର୍ଗ ଫେରିବେ। କୋହଲି ୩ ଦିନ ପୂର୍ବରୁ ମୁମ୍ବାଇ ଯାଇଥିଲେ। ଏଥିପାଇଁ ସେ ବିସିସିଆଇ ଏବଂ ଟିମ୍‌ ମ୍ୟାନେଜମେଣ୍ଟଠାରୁ ଅନୁମତି ନେଇଥିଲେ। ତେବେ ଶୁକ୍ରବାର ହିଁ ସେ ଦକ୍ଷିଣ ଆଫ୍ରିକା ଫେରିବେ ବୋଲି ଆଶା କରାଯାଉଛି।

ସେପଟେ ଡିସେମ୍ବର ୧୯ରେ ପୋର୍ଟ ଏଲିଜାବେଥରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଗାୟକୱାଡଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏଥିରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି। ଏହିପରି ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ପୂର୍ବରୁ ଟେଷ୍ଟ୍‍ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.