ଖୁବ ଧୁମଧାମରେ ଚାଲିଛି ମା’ ମହାଲକ୍ଷ୍ମୀଙ୍କ ମହୋତ୍ସବ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିଝରିରେ ପ୍ରସିଦ୍ଧ ୫୧ ତମ ମହାଲକ୍ଷ୍ମୀ ମହୋତ୍ସବ ଉଦଘାଟିତ ହୋଇଛି । ଏଠାରେ ମହା ଆଡ଼ମ୍ବର ସହକାରେ ପାଳନ ହୋଇଥାଏ ମା' ମହାଲକ୍ଷ୍ମୀଙ୍କ ମହୋତ୍ସବ । ରଙ୍ଗ ବେରଙ୍ଗ ଆଲୋକରେ ଝଲସୁଛି ରାସ୍ତାଘାଟ । ଖୁବ ସୁନ୍ଦର ଭାବରେ ସଜା ଯାଇଛି ଏହି ଅଞ୍ଚଳ ।

କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିଝରିରେ ପ୍ରସିଦ୍ଧ ୫୧ ତମ ମହାଲକ୍ଷ୍ମୀ ମହୋତ୍ସବ ଉଦଘାଟିତ ହୋଇଛି । ଏଠାରେ ମହା ଆଡ଼ମ୍ବର ସହକାରେ ପାଳନ ହୋଇଥାଏ ମା’ ମହାଲକ୍ଷ୍ମୀଙ୍କ ମହୋତ୍ସବ । ରଙ୍ଗ ବେରଙ୍ଗ ଆଲୋକରେ ଝଲସୁଛି ରାସ୍ତାଘାଟ । ଖୁବ ସୁନ୍ଦର ଭାବରେ ସଜା ଯାଇଛି ଏହି ଅଞ୍ଚଳ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ଯୋଗଦାନ ଦେଇ ଦ୍ୱୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହି ମହୋତ୍ସବର ଉଦଘାଟନ କରିଥିଲେ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁମାନେ ସାମୁହିକ ଦର୍ଶନ କରି ମା’ଙ୍କ କୃପା ଲାଭ କରୁଛନ୍ତି ।

ଏଠାରେ ବହୁ ଧୁମଧାମର ସହିତ ମା’ଙ୍କର ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ପ୍ରତ୍ୟକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାରର ଦୋକାନ, ରାମଦୋଳି, ଡ୍ରାଗନ୍ ଦୋଳି ଓ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଶ୍ରଦ୍ଧାଳୁ ଏବଂ ଦର୍ଶକମାନେ । ଏହି ମେଳାରେ ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ଜିନିଷ କିଣାକିଣି କରି, ବିଭିନ୍ନ ପ୍ରକାରର ଖାଦ୍ୟର ମଜା ନେଇଥାନ୍ତି । ଶ୍ରଦ୍ଧାଳୁମାନେ ମା’ଙ୍କ ପୂଜା ସହ ମେଳାର ମଧ୍ୟ ଖୁବ ମଜା ନେଉଛନ୍ତି । ଅଧିକ ଲୋକଙ୍କୁ ଆଖିରେ ରଖି ବ୍ୟାପକ ଭାବେ ପୋଲିସ ମୃତୟନ କରାଯିବ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏହି ଯାତ୍ରା କରାଯିବ ବୋଲି ଆଠଗଡ ଏସଡିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.