Below header

ଏକା ସମୟରେ ୨ଟି ବିମାନରେ ଯାତ୍ରା କରୁଥିଲେ ଦମ୍ପତି, ଘଟିଲା ଦୁର୍ଘଟଣା ବଞ୍ଚିଗଲେ ଦୁହେଁ

ଉଭୟ ସ୍ୱାମୀ ସ୍ତ୍ରୀ ୨ଟି କ୍ଷୁଦ୍ର ବିମାନରେ ଯାତ୍ରା କରୁଥିଲେ । ସେହି ଯାତ୍ରା ସମୟରେ ୨ଟି ଯାକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଭଗବାନଙ୍କ ଚମତ୍କାର ଯୋଗୁଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ବଞ୍ଚିପାରିଛି ।

କଥାରେ ଅଛି ରଖେ ହରି ତ ମାରେ କିଏ ? ଅର୍ଥାତ୍‌ ଯେଉଁଠି ଭଗବାନ୍‌ ମଣିଷଙ୍କୁ ସୁରକ୍ଷା ପ୍ରଦାନ କରିଥାଆନ୍ତି ସେଠି କେହି ବି କିଛି କ୍ଷତି କରିପାରନ୍ତି ନାହିଁ । ସେ ଦୁର୍ଘଟଣା ହେଉ ବା ଅନ୍ୟ କିଛି । ଯେତେ ବଡ଼ ବିପଦ ହୋଇଥାଉନା କାହିଁକି ସେହି ବିପଦ ମୁଖରୁ ସେ ରକ୍ଷା ପାଇଥାଆନ୍ତି । ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ କିଛି ଲୋକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଉଛନ୍ତି । ଯାହାକୁ ଆମେ ଭଗବାନଙ୍କ ଚମତ୍କାର ବୋଲି କହିବା ।ଉଭୟ ସ୍ୱାମୀ ସ୍ତ୍ରୀ ୨ଟି କ୍ଷୁଦ୍ର ବିମାନରେ ଯାତ୍ରା କରୁଥିଲେ । ସେହି ଯାତ୍ରା ସମୟରେ ୨ଟି ଯାକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଭଗବାନଙ୍କ ଚମତ୍କାର ଯୋଗୁଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ବଞ୍ଚିପାରିଛି ।

ସୁଚନା ମୁତାବିକ୍‌, ଏହି ଦମ୍ପତି ହେଉଛନ୍ତି ଷ୍ଟିଫାନୋ ପିରିଲି ଓ ତାଙ୍କ ଭାବୀ ପତ୍ନୀ ଆଣ୍ଟୋନିଟା ଡେମାସି । ଉଭୟ ବନ୍ଧୁ ମାନଙ୍କ ସହ ଭୋଜନ ସାରି ବିମାନରେ ଫେରିବା ପାଇଁ ବାହାରିଥିଲେ । ବିମାନରେ ଇଟାଲିର ଟୁରିନ୍‌ ଅଭିମୁଖେ ଯିବାକୁ ସ୍ଥିର କରିଥିଲେ । ପରେ ବିମାନରେ ବସି ଯାତ୍ରା ଆରମ୍ଭ କରିଥିଲେ । ହେଲେ ଫେରିବା ସମୟରେ ସୂର୍ଯ୍ୟ ନଇଁ ଆସିଥିଲା । ହଠାତ୍‌ ମାଡ଼ି ଆସିଥିଲା ଘନ କୁହୁଡ଼ି । ଆକାଶରେ ଅନ୍ଧାର ଘୋଟିଯିବାରୁ ପିରିଲି ଯାତ୍ରା କରୁଥିବା ବିମାଟି ତଳକୁ ଖସି ପଡ଼ିଥିଲା । ସେହିପରି ଡେମାସି ଯାତ୍ରା କରୁଥିବା ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ଭଗବାନଙ୍କ ଚମତ୍କାର ଯୋଗୁଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ବଞ୍ଚି ପାରିଛି ।

ତେବେ ଏହି ଦୁର୍ଘଟଣାରେ ଭାବୀ ସ୍ୱାମୀ ସ୍ତ୍ରୀଙ୍କ ସମେତ ସେମାନଙ୍କ ପାଲଲଟ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ଡେମାସି ଆହତ ହୋଇଥିବା ବେଳେ ତାଙ୍କ ପାଇଲଟ ପାଓଲୋ ରୋଟୋଣ୍ଡୋଙ୍କର ମୁଣ୍ଡରେ କ୍ଷତ ହୋଇଛି । କିନ୍ତୁ ପିରିଲି ଯାତ୍ରା କରୁଥିବା ବିମାନରେ ଥିବା ପାଇଲଟଙ୍କର କିଛି ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି ।
ତେବେ ଭଲ ପାଗ ଥିବା ବେଳେ ଦୁହେଁ ଯାତ୍ରା ଆରମ୍ଭ କରିଥିଲେ ଆଉ କିନ୍ତୁ ଯାତ୍ରା ସମୟରେ ଏଭଳି କିଛି ଘଟିଯିବ ସେ କେବେ ଭାବି ନଥିଲେ । କିନ୍ତୁ ଯାହା ଘଟିଗଲା ସେ ଜୀବିତ ରହିବେ ବୋଲି ଆଶା ରଖିନଥିଲେ କିନ୍ତୁ ଭଗବାନଙ୍କ ଚମତ୍କାର ଯୋଗୁଁ ଆଜି ଦୁହେଁ ସୁରକ୍ଷିତ ଥିବା ବେଳେ ସେମାନଙ୍କ ପାଇଲଟଙ୍କର ମଧ୍ୟ ବିଶେଷ କିଛି କ୍ଷତି ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.