Below header

ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି ରାଜ୍ୟ ବିଜେପି

ଝୁଲିଛି ମେଣ୍ଟ ନିଷ୍ପତ୍ତି । ଏଣେ ରାଜ୍ୟ ବିଜେପି ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ଶନିବାର ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା ଆଲୋଚନା।

ଝୁଲିଛି ମେଣ୍ଟ ନିଷ୍ପତ୍ତି । ଏଣେ ରାଜ୍ୟ ବିଜେପି ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ଶନିବାର ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା ଆଲୋଚନା। ଭୁବନେଶ୍ବର ପାର୍ଟି ଅଫିସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଟି ବୈଠକ ବସିଥିଲା।

ଦିନ ତମାମ ମାନସମନ୍ଥନ ହୋଇଥିଲା। ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ-ପ୍ରଭାରୀ ଲତା ଉସେଣ୍ଡି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁଙ୍କ ସମେତ ଅନ୍ୟ କୋର କମିଟି ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତ ଲୋକସଭା ଓ ବିଧାନସଭା ସିଟକୁ ନେଇ ପର୍ଯ୍ୟବେକ୍ଷକ ଦେଇଥିବା ରିପୋର୍ଟ ଉପରେ ସମୀକ୍ଷା କରାଯାଇଥିଲା।

ତୃଣମୂଳସ୍ତରରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଦେଇଥିବା ନାଁ ଉପରେ ବିଚାରବିମର୍ଶ କରିଥିଲା ନିର୍ବାଚନ କମିଟି । ଭଲ ସଂଗଠନ ଓ ବିଜୟ ସମ୍ଭାବନା ଭଳି ସବୁ ଦିଗକୁ ନେଇ ସମସ୍ତ ଆସନରେ ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରାଯାଇଛି । ଏହାକୁ କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ ପାଖକୁ ପଠାଯାଇଥିବା ସୂଚନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.