ପ୍ରତିଦିନ ଖାଦ୍ୟରେ ଘିଅ ଓ ତେଲ ସଂପୂର୍ଣ୍ଣ ବନ୍ଦ କରୁଛନ୍ତି କି ? ସାବଧାନ ହୋଇପାରେ ବଡ ସମସ୍ୟା

ଶରୀରକୁ ହେଲଦି ରଖିବା ପାଇଁ ସମସ୍ତ ପୋଷକ ତତ୍ତ୍ୱର ସନ୍ତୁଳନ ଆବଶ୍ୟକ । ସେହିଭଳି ଫିଟ୍ ରହିବା ପାଇଁ ଘିଅ ଏବଂ ତେଲ ମଧ୍ୟ ଆବଶ୍ୟକ ହୋଇଥାଏ । ସେଥିପାଇଁ ସଠିକ୍‌ ପରିମାଣରେ ଧ୍ୟାନ ରଖି ଆପଣ ଘିଅ ଓ ତେଲ ବ୍ୟବହାର କରିବା ଉଚିତ୍ ।

ଫିଟନେସ୍ ପାଇଁ ଲୋକମାନେ ପ୍ରଥମେ ନିଜ ଖାଦ୍ୟରେ ଘିଅ ଏବଂ ତେଲର ପରିମାଣକୁ କମ୍‌ କରୁଛନ୍ତି । ଅତ୍ୟଧିକ ଘିଅ କିମ୍ବା ତେଲ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ପ୍ରକାରର କ୍ଷତି କରାଇପାରେ, କିନ୍ତୁ କୁହାଯାଏ ଯେ ସମସ୍ତ ଜିନିଷ ଶରୀରକୁ ସଠିକ୍‌ ପରିମାଣରେ ଆବଶ୍ୟକ ହୋଇଥାଏ । ଶରୀରକୁ ହେଲଦି ରଖିବା ପାଇଁ ସମସ୍ତ ପୋଷକ ତତ୍ତ୍ୱର ସନ୍ତୁଳନ ଆବଶ୍ୟକ । ସେହିଭଳି ଫିଟ୍ ରହିବା ପାଇଁ ଘିଅ ଏବଂ ତେଲ ମଧ୍ୟ ଆବଶ୍ୟକ ହୋଇଥାଏ । ସେଥିପାଇଁ ସଠିକ୍‌ ପରିମାଣରେ ଧ୍ୟାନ ରଖି ଆପଣ ଘିଅ ଓ ତେଲ ବ୍ୟବହାର କରିବା ଉଚିତ୍ । ତାହେଲ ଆସନ୍ତୁ ଜାଣିବା ଯେ ଯଦି ଆମେ ଖାଦ୍ୟରେ ତେଲ କିମ୍ବା ଘିଅକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦେଉଛୁ, ତେବେ କ’ଣ ସବୁ ଅସୁବିଧା ହୋଇପାରେ ।

 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅଧିକ ସମୟ ଧରି ଖାଦ୍ୟରୁ ଘିଅ ଏବଂ ତେଲ ବାହାର କରିବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇନଥାଏ ।  ଏଥିରେ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଛି ଯାହା ଫ୍ୟାଟ୍‌ରେ ମିଶିବା ସହ ଶରୀରକୁ ହେଲଦି ରଖିବା ପାଇଁ ଆବଶ୍ୟକ ହୋଇଥାଏ । ସେଥିପାଇଁ ସୀମିତ ପରିମାଣରେ ତେଲ ଖାଇବା ଜରୁରୀ ହୋଇଥାଏ ।
ଜାଣନ୍ତୁ ଜଣେ ପ୍ରତିଦିନ କେତେ ଘିଅ ଖାଇବା ଉଚିତ୍ ?
ଆୟୁର୍ବେଦ ଅନୁଯାୟୀ, ଆପଣ ପ୍ରତିଦିନ ସୀମିତ ପରିମାଣର ଘିଅ ଖାଇବା ଆବଶ୍ୟକ । ସେଥିପାଇଁ ପ୍ରତିଦିନ ଅତି କମରେ ୨ ଚାମଚ ଦେଶୀ ଘିଅ ଖାଇବାକୁ ପରାମର୍ଶ ଦିଆଯାଏ । ଏହା ହାଡକୁ ହେଲଦି ରଖେ ଏବଂ ଶକ୍ତି ମଧ୍ୟ ଯୋଗାଇ ଥାଏ । ଏହା ବ୍ୟତୀତ ଆଣ୍ଠୁରେ ତେଲ ଲଗାଇବା ଦ୍ୱାରା ଯନ୍ତ୍ରଣା ହେଉଥିଲେ, ସେହି ସମସ୍ୟା କମି ହୋଇଥାଏ ।
ଜାଣନ୍ତୁ ପ୍ରତିଦିନ କେତେ ତେଲ ଖାଇବା ଉଚିତ୍ ?
ଅତ୍ୟଧିକ ତେଲ ଶରୀରକୁ କ୍ଷତି ପହଞ୍ଚାଏ, କିନ୍ତୁ ତେଲରେ ମିଳୁଥିବା ଫ୍ୟାଟି ଏସିଡ୍ ଶରୀର ପାଇଁ ମଧ୍ୟ ଜରୁରୀ ହୋଇଥାଏ ।  WHO ଅନୁଯାୟୀ, ବୟସ୍କ ବ୍ୟକ୍ତି ଦିନକୁ ୪ ଚାମଚରୁ ଅଧିକ ତେଲ ଖାଇବା ଉଚିତ୍ ନୁହେଁ । ଏହାର ଅର୍ଥ ପ୍ରତିଦିନ ୪ ଚାମଚରୁ ଅଧିକ ଖାଆନ୍ତୁ ନାହିଁ । ନଚେତ୍‌ ସ୍ୱାସ୍ଥ୍ୟ ଖରାପ୍‌ ହୋଇପାରେ ।
ଘିଅ ଓ ତେଲ ଖାଦ୍ୟ ପୂରା ବନ୍ଦ କରିବାର ଅସୁବିଧା କ’ଣ ?
ଯଦି ଆପଣ ଘିଅ କିମ୍ବା ତେଲ ସଂପୂର୍ଣ୍ଣ ଖାଇବା ବନ୍ଦ କରନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଆପଣ ଦିନସାରା କ୍ଳାନ୍ତ ଅନୁଭବ କରିପାରନ୍ତି । ଶରୀରରେ ଅତ୍ୟାବଶ୍ୟକ ଫ୍ୟାଟ୍‌ର ପରିମାଣ କମିବା ଆରମ୍ଭ ହୋଇପାରେ । ଫ୍ୟାଡ୍ ଫ୍ରି ଡାଏଟ୍ ଆପଣଙ୍କୁ ଓଜନ କମ୍‌ କରିବାରେ ସାହାଯ୍ୟ କରେ, କିନ୍ତୁ ଏହା ଶରୀର ପାଇଁ ମଧ୍ୟ ଅନେକ ଷ୍ଟ୍ରେସ୍‌ ଦେଇପାରେ । ଯାହା ଆଗକୁ ଯାଇ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ ।  ସେଥଇପାଇଁ ସମସ୍ତ ଲୋକ ନିଜ ଡାଏଟ୍‌ରେ ସଠିକ୍‌ ପରିମାଣରେ ତେଲ କିମ୍ବା ଘିଅ ସାମିଲ କରିବା ଉଚିତ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.