ଆଫ୍‌ଗାନିସ୍ତାନ: ବାଇକ୍‌ ଓ ଟ୍ୟାଙ୍କର ସହ ଧକ୍କାରେ ଭାଙ୍ଗି ଚୁର୍‌ମାର ହେଲା ବସ୍‌, ୨୧ ଯାତ୍ରୀଙ୍କ ମୃତ୍ୟୁ; ୩୮ ଆହତ

ଦକ୍ଷିଣ ଆଫ୍‌ଗାନିସ୍ତାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇ ପ୍ରାୟ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଦକ୍ଷିଣ ଆଫ୍‌ଗାନିସ୍ତାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇ ପ୍ରାୟ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ବାଇକ୍‌ ସହ ଧକ୍କାରେ କିପରି ବସ୍‌ଟି ଭାଙ୍ଗି ଚୁର୍‌ମାର ହୋଇଗଲା ଏବଂ ଏତେ ସଂଖ୍ୟକ ଯାତ୍ରୀଙ୍କ ମୃତ୍ୟୁ ଘଟିଲା ?

ଅଧିକାରୀ ସୂତ୍ରରୁ ସୂଚନା ଯେ ବାଇକ୍‌ ସହ ଧକ୍କା ହେବା ପରେ ବସ୍‌ ନିୟନ୍ତ୍ରଣ ହରାଇ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ୟାଙ୍କର୍ ସହ ଧକ୍କା ହୋଇଥିଲା । ଏଥିରେ ବସ୍‌ଟି ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା ।

ଏହି ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ପ୍ରାଦେଶିକ ଯାତାୟାତ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ରବିବାର ସକାଳେ ଦକ୍ଷିଣ କାନ୍ଧାର ଏବଂ ପଶ୍ଚିମ ହେରାତ୍‌ ପ୍ରଦେଶ ମଧ୍ୟବର୍ତ୍ତୀ ମୁଖ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ହେଲମନ୍ଦ ପ୍ରଦେଶର ଗେରାସ୍କ ଜିଲ୍ଲାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ଯାତାୟାତ ଅଧିକାରୀ କହିଛନ୍ତି ଯେ ଏକ ବାଇକ୍‌ ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ବିପରୀତ ପାର୍ଶ୍ୱରେ ଥିବା ଏକ ଇନ୍ଧନ ଟ୍ୟାଙ୍କର୍ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଆହତମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.