କୁଆ ପଥର ପାଇଁ ଓଡ଼ିଶାକୁ ଆଲର୍ଟ, ତାଣ୍ଡବ ରଚିବ କାଳ ବୈଶାଖୀ

ତାଣ୍ଡବ ରଚିବ କାଳ ବୈଶାଖୀ । କୁଆ ପଥର ହେବା ନେଇ ଓଡ଼ିଶାକୁ କରିଛି ଆଲର୍ଟ। ରାଜ୍ୟରେ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ଓ କୁଆ ପଥର ମାଡ ହେବ ବୋଲି ଆଲର୍ଟ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବର : ତାଣ୍ଡବ ରଚିବ କାଳ ବୈଶାଖୀ । କୁଆ ପଥର ହେବା ନେଇ ଓଡ଼ିଶାକୁ କରିଛି ଆଲର୍ଟ। ରାଜ୍ୟରେ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ଓ କୁଆ ପଥର ମାଡ ହେବ ବୋଲି ଆଲର୍ଟ କରିଛି ପାଣିପାଗ ବିଭାଗ । ୧୯ ତାରିଖରୁ ବଢିବ ବର୍ଷାର ପରିମାଣ, ସେଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜେ ୱାର୍ଣ୍ଣିଙ୍ଗ ଦିଆଯାଇଛି । ଦୈତ ନଗରୀ ଭୁବନେଶ୍ବର ଓ କଟକ ସହ ଅନେକ ସହରରେ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିବା ଯୋଗୁ ତାର ପ୍ରଭାବରେ ରାଜ୍ୟରେ କାଳ ବୈଶାଖୀ ଆଶଙ୍କା ଦେଖାଦେଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଏଇଭଳି ଲାଗି ରହିବ । ବର୍ଷା ଆଣିଦେବ ଆସ୍ବସ୍ତି , ବଢ଼ିଥିବା ତାପମାତ୍ରା ଦୁଇ ଡିଗ୍ରୀ ହାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।  ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ଘଡଘଡି ମାରିବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୮ ତାରିଖ ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.