ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁରେ ଏତଲା, ମହାଦେବ ବେଟିଂ ଆପ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ

ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମସ୍ୟା ବଢ଼ିଛି । ମହାଦେବ ବେଟିଂ ଆପ୍ ମାମଲାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମସ୍ୟା ବଢ଼ିଛି । ମହାଦେବ ବେଟିଂ ଆପ୍ ମାମଲାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ବଘେଲଙ୍କ ବିରୋଧରେ ଠକେଇ, ଅପରାଧିକ ଷଡଯନ୍ତ୍ର, ବିଶ୍ୱାସଘାତକତା ଓ ଜାଲିଆତି ସମ୍ବନ୍ଧିତ ବିଭିନ୍ନ ଧାରା ଏବଂ ଦୁର୍ନୀତି ନିବାରଣ ଅଧିନିୟମର ଧାରା ୭ ଓ ୧୧ ଅଧୀନରେ ପୋଲିସ ମାମଲା ରୁଜୁ କରିଛି ।

ଏତଲାରେ ଭୂପେଶ ବଘେଲଙ୍କ ବ୍ୟତୀତ ମହାଦେବ ବେଟିଂ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲଙ୍କ ସହ ଅନ୍ୟ ୧୬ ଜଣଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ଏହି ଆପ୍ ମାମଲା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଇଡି ଦାବି କରିଥିଲା କି, ସେ ଏକ କ୍ୟାଶ୍‌ କ୍ୟୁରିଅରର ଇମେଲ ଷ୍ଟେଟମେଣ୍ଟ ରେକର୍ଡ କରିଛି, ଯେଉଁଥିରେ ଖୁଲାସା ହୋଇଛି ଯେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୟୁଏଇରେ ଥିବା ଆପ୍ ପ୍ରୋମୋଟର୍ସଙ୍କଠାରୁ ୫୦୮ କୋଟି ଟଙ୍କା ନେଇଛନ୍ତି ।

ସେପଟେ ମହାଦେବ ବୁକ୍‌ର ମାଲିକ ବର୍ତ୍ତମାନ ଜେଲରେ ଅଛନ୍ତି, ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି । କହି ରଖୁଛୁ, ମହାଦେବ ବେଟିଂ ଆପ୍ ହେଉଛି ଅନଲାଇନ୍ ବେଟିଂ ପାଇଁ ତିଆରି ହୋଇଥିବା ଏକ ଆପ୍ । ଏଥିରେ ୟୁଜରମାନେ ପୋକର୍, କାର୍ଡ ଗେମ୍ସ, ଚାନ୍ସ ଗେମ୍ସ ନାମରେ ଲାଇଭ୍ ଗେମ୍ ଖେଳୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.