Below header

ରାଜ୍ୟରେ ପ୍ରଥମ ଥର କାର୍ଯ୍ୟକାରୀ ହେବ “ବାୟୋ ବବଲ୍‌” ବ୍ୟବସ୍ଥା , ସୁରକ୍ଷା ବଳୟରେ ରହିବେ ସେବାୟତ

ପୁରୀ(କେ ନ୍ୟୁଜ): ରାଜ୍ୟରେ ପ୍ରଥମ କରି ବାୟୋ ବବଲ୍‌ ବ୍ୟବସ୍ଥା କରାଯିବ । ରଥ ନିର୍ମାଣ ପାଇଁ ହେବ ବାୟୋ ବବଲ ବ୍ୟବସ୍ଥା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥର ବାୟୋ ବବଲ୍‌ ବଳୟରେ ରହିବ ରଥଖଳା । ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପ୍ରଶାସନ ସହଯୋଗରେ ରଥଖଳାରେ ଏହି ବ୍ୟବସ୍ଥା ଆପଣା ଯାଇଛି । ରଥଖଳାରେ ନିୟୋଜିତ ସେବକଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ଏକ ସୁରକ୍ଷା ବଳୟ ।

ନିୟମ ଅନୁଯାୟୀ ଯେଉଁମାନେ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି, ସେମାନେ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବେନାହିଁ । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଅଲଗା ରଖାଯିବ । ରଥଖଳା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ ଟେଷ୍ଟିଂ, ଟିକାକରଣ ସହ ସେମାନଙ୍କୁ N95 ମାସ୍କ ଦିଆଯିବ । ୮୮ଜଣ ସେବାୟତଙ୍କ ମଧ୍ୟରୁ ୮ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ପଜିଟିଭ ସେବାୟତଙ୍କ ଚିକିତ୍ସା ଜାରି ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.