ଲଞ୍ଚ ହେଲା Samsung Galaxy F52 5G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ସାମସଙ୍ଗ ଆଜି ବଜାରେ ନିଜର ନୂଆ ୫ଜି ସ୍ମାର୍ଟଫୋନ Samsung Galaxy F52 5G ଲଞ୍ଚ କରିଛି। ୧୨୦ Hz ରିଫ୍ରେସ ରେଟ୍ ଡିସପ୍ଲେ ସହିତ ଏହି ସ୍ମାର୍ଟଫୋନରେ ଶାନଦାର ବ୍ଯାଟେରୀ କ୍ଷମତା ରହିଥିବା ବେଳେ କ୍ଯାମେରା କ୍ବାଲିଟ ମଧ୍ୟ ଦମଦାର ରହିଛି। ଏହାକୁ ନିକଟରେ ଚୀନରେ ଲଞ୍ଚ କରାଯାଇଛି।

Samsung Galaxy F52 5G ଦାମ୍:

Samsung Galaxy F52 5G ଫୋନକୁ ଦୁଇଟି ଷ୍ଟୋରେଜ ଭାରିଅଣ୍ଟରେ ଲଞ୍ଚ କରାଯାଇଛି। ଫୋନରେ ୮ ଜିବି ଏବଂ ୧୨୮ ଜିବି ମଡେଲର ଦାମ୍ ୨୨ ହଜାର ଟଙ୍କା ରହିଛି। ଏହାଛଡା ୮ ଜିବି ଏବଂ ୨୫୬ ଜିବି ମଡେଲର ଦାମ ୨୬,୫୦୦ ଟଙ୍କା ରହିଛି। Dusky Black ଏବଂ Magic White କଲର ଅପସନରେ ମିଳୁଛି।

Samsung Galaxy F52 5G ସ୍ପେସିଫିକେସନ:

Samsung Galaxy F52 5G ସ୍ମାର୍ଟଫୋନରେ ୬.୬ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ରହିଛି। ଏହାର ସ୍କ୍ରିନ ରିଜୋଲ୍ଯୁସନ ୧୦୮୦x୨୪୦୮ ପିକ୍ସେଲ ଏବଂ ୧୨୦ HZରିଫ୍ରେଶ ରେଟ ରହିଛି। ଫୋନରେ ସ୍ମାପଡ୍ରାଗନ ୭୫୦ G 8nm ପ୍ରୋସେସର ରହିଛି। ଏଥିରେ ଗ୍ରାଫିକ୍ସ ପାଇଁ ଆଣ୍ଡ୍ରଏନ ୬୧୯ GPU ଦିଆଯାଇଛି। ଫୋନରେ ଦୁଇଟି ଷ୍ଟୋରେଜ ଭାରିଅଣ୍ଟ ଦିଆଯାଇଛି।

ଏଥିରେ ପାୱର ବ୍ଯାକଅପ ପାଇଁ ୟୁସର୍ଜଙ୍କୁ ୨୫ ୱାଟ ଫାଷ୍ଟ ଚାର୍ଜି ସପୋର୍ଟ ସହିତ ୪୫୦୦ mAhବ୍ଯାଟେରୀ ଦିଆଯାଇଛି। ଫଟୋଗ୍ରାଫି ପାଇଁ କ୍ବାଡ ରିୟର କ୍ଯାମେରା ସେଟଅପ ରହିଛି। ଏହାର ମେନ ସେନସରରେ ୬୪ ଏମପି କ୍ଯାମେରା ଏବଂ ୮ ଏମପିର ଅଲ୍ଟ୍ରା ୱାଇଡ କ୍ଯାମେରା, ୨ ଏମପିର ମାଇକ୍ରୋ କ୍ଯାମରୋ ଏବଂ ୫ ଏମପିର ଡେପ୍ଥ ସେନସର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.