ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି : ପ୍ରତାପ ଜେନା

ଭୁବନେଶ୍ବର: ବହୁତ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି । ସେମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି । ୬୭୯୮ ଗ୍ରାମପଞ୍ଚାୟତରେ ପାଖାପାଖି ୧୪୦୦୦ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୫ ଲକ୍ଷ ଶଯ୍ୟାର କ୍ବାରାଣ୍ଟାଇନ କେନ୍ଦ୍ର କରାଯାଇଛି । କିନ୍ତୁ ଗତକାଲି ହାଇକୋର୍ଟ ପ୍ରବାସୀ ଓଡ଼ିଆଙ୍କୁ ସେମାନେ ଆସୁଥିବା ସ୍ଥାନରେ ପରୀକ୍ଷା କରି ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କପିକୁ ଅପେକ୍ଷା କରାଯାଇଛି । କପି ପାଇଲା ପରେ ଏ ନେଇ ତର୍ଜମା କରାଯିବ ବୋଲି ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.