ପିଆଜ ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ୟୁଜ୍(ବ୍ୟୁରୋ):   ଦିଲ୍ଲୀରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପିଆଜ ଦର ବୃଦ୍ଧି ଉପରେ ଦୁହେଁ ଆଲୋଚନା କରିଛନ୍ତି। ଅଧିକ ପରିମାଣର ପିଆଜ ରାଜ୍ୟକୁ ଯୋଗାଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସେହିପରି ଧାନ ସଂଗ୍ରହ ପାଇଁ ସବସିଡି ତୁରନ୍ତ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ରାଜ୍ୟ ପକ୍ଷରୁ ଦାବି ରଖାଯାଇଛି । ଏହି ସାକ୍ଷାତ ଆଲୋଚନା ବେଳେ ସାଙ୍ଗରେ ଥିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.