ଏବେବି ମିଳିନି ରିତିକ ସନ୍ଧାନ

ପୁରୀ(କେନ୍ଯୁଜ୍) : ଗତ ୧୨ ତାରିଖରେ ଗାଧୋଇବାବେଳେ ବୁଡ଼ିଯାଇ ନିଖୋଜ ଥିବା ବାଳକ ରିତିକ ରାଜଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ । ସ୍ୱର୍ଗଦ୍ୱାର ସାମନା ବେଳାଭୂମିରେ ରିତିକଙ୍କ ସହ ଅନ୍ୟ ୨ଜଣ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ସେହି ସମୟରେ ମୁତୟନ ଥିବା ଲାଇଫଗାର୍ଡ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ରିତିକ ନିଖୋଜ ଥିବା ବିଚ୍‌ ଆଉଟପୋଷ୍ଟ ଇନଚାର୍ଜ ଧନଞ୍ଜୟ ମଲ୍ଳିକ ସୂଚନା ଦେଇଥିଲେ । ଏଭିତରେ ୯ ଦିନ ବିତି ଯାଇଥିଲେ ସୁଦ୍ଧା ନିଖୋଜ ରିତିକର କୌଣସି ପତ୍ତା ମିଳି ନାହିଁ । ଗତ ୧୩ ତାରିଖରେ ଏନେଇ ରିତିକଙ୍କ ବାପା ସୁନିଲ କୁମାର ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲେ ।

Leave A Reply

Your email address will not be published.