ବାରିପଦା : ଏ ନାଁ କେମିତି ଆସିଲା ଓ କାହିଁକି ଦିଆଗଲା ଜାଣନ୍ତି କି?

ବାରିପଦା (କେନ୍ୟୁଜ୍‌) : ବାରିପଦା ସହରର ନାଁରେ ରହିଛି ଏକ ସ୍ୱତନ୍ତ୍ର ତାତ୍ପଯ୍ୟର୍। ବାରି ଅର୍ଥାତ ଜଳ। ଚତୁଃପାର୍ଶ୍ୱ ନଦୀ ଆଉ ଜଳାଶୟ ମଧ୍ୟରେ ଥିବା ସହର ହୋଇଥିବାରୁ ନାଁ ରହିଥିଲା ବାରିପଦା। ଆଉ ସେହି ଜଳ ମଝିରେ ସହରଟିକୁ ଗଢିତୋଳି ନିଜର ଗଡ ପ୍ରସ୍ତୁତ କରିଥିଲେ ଭଞ୍ଜବଂଶୀୟ ରାଜପରିବାର।

ଗଡ ନିର୍ମାଣ ପାଇଁ ରାଜବଂଶ ଦେଖୁଥିଲେ ସମତଳ ସ୍ଥାନ ଏବଂ ଜଳର ଉତ୍ସ। ଆଉ ସେହି ସବୁକିଛି ଉପଲବ୍ଧ ଥିଲା ଏହି ସ୍ଥାନରେ। ଗୋଟିଏ ପଟେ ଥିଲା ବୁଢାବଳଙ୍ଗ ନଦୀ ଓ ଅନ୍ୟପଟେ କାତରା ନଦୀ । ସେଥିପାଇଁ ମୟୂରଭଞ୍ଜ ମହାରାଜା ଦାମୋଦର ଭଞ୍ଜଦେଓଙ୍କ ମୃତ୍ୟୁ ପରେ ପତ୍ନୀ ମହାରାଜେଶ୍ୱରୀ ସୁମିତ୍ରା ଭଞ୍ଜଦେଓ ଶାସନ ଭାର ଗ୍ରହଣ କରିଥିଲେ। ତାଙ୍କରି ଶାସନ କାଳରେ ୧୮୦୨ରେ ହରିପୁର ଗଡ଼ ଆଉ ପରେ ବାରିପଦା ଠାରେ ପ୍ରତିଷ୍ଠା କରିଥିଲେ ଭଞ୍ଜଗଡ।

BARIPADA-1

ବାରିପଦା ସହରର ପାଣିପାଗ ମଧ୍ୟ ବଡ ବିଚିତ୍ର । ଏଠି ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଶୀତ ଋତୁରେ ପ୍ରବଳ ଶୀତ ଅନୁଭୂତ ହୋଇଥିାଏ। ପରିବେଶକୁ ସନ୍ତୁଳନ କରିବାକୁ ମୟୂରଭଞ୍ଜ ଜିଲ୍ଲାର ପ୍ରଜାବତ୍ସଳ ମହାରାଜାମାନେ ସହରରେ ନିର୍ମାଣ କରିଥିଲେ ବହୁ ଜଳାଶୟ। ସେଥିମଧ୍ୟରୁ କେଉଁ ଜଳାଶୟ ପିଇବା ପାଣି ପାଇଁ ଉପେଯାଗ ଥିଲା ତ ଆଉ କେଉଁ ଜଳାଶୟ ଗାଧୁଆ ତୁଠ ବାବେ ବ୍ୟବହାର ହେଉଥିଲା। ପୁଣି ଥିଲା ଘୋଡାଶାଳ ଜଳାଶୟ।

ଯେଉଁଠି ରାଜ ଦରବାରର ଘୋଡାମାନେ ପାଣି ପିଉଥିଲେ ଏବଂ ଗାଧୋଉ ଥିଲେ। ଏପରିକି ଦ୍ୱିତୀୟ ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ଚାପ ଖେଳ ପାଇଁ ମଧ୍ୟ ରହିଥିଲା ସ୍ୱତନ୍ତ୍ର ପୁଷ୍କରିଣୀ। ଏହଭଳି ୭ଟି ଐତିହାସିକ ଜଳାଶୟ ସହରର ସୌନ୍ଦଯ୍ୟର୍କୁ ଦ୍ୱିଗୁଣିତ କରିଥାଏ। ଆଉ ସେହି ସବୁ ଜଳାଶୟର ପୁନରୁଦ୍ଧାର ସାଙ୍ଗକୁ ସୌନ୍ଦଯ୍ୟର୍କରଣ କାଯ୍ୟର୍ ହାତକୁ ନେଇଛି ବାରିପଦା ପୌର ପରିଷଦ। ତଥାପି ବାରିପଦା ନାଁ ନେଇ ଆଉ କିଛି କାହାଣୀ ଓ କିମ୍ବଦନ୍ତୀ ମଧ୍ୟ ରହିଛି ।

BARIPADA-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.