ଝାରସୁଗୁଡ଼ାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ଆଜିଠାରୁ ବନ୍ଦ ରହିବ ରାସ୍ତାକଡ଼ ଫାଷ୍ଟଫୁଡ୍‌ ବ୍ୟବସାୟ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କୋଭିଡ୍‌ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ। ଆଜିଠୁ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଏବଂ ଅନ୍ୟାନ୍ୟ ପ୍ରସ୍ତୁତ ରନ୍ଧାଖାଦ୍ୟ ବ୍ୟବସାୟ ବନ୍ଦ । ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ସବୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

dmଏଥିରେ କ୍ଷତିଗ୍ରସ୍ତ ଛୋଟଛୋଟ ବ୍ୟବସାୟୀ ମାନଙ୍କୁ ପ୍ରଶାସନ ତରଫରୁ ୨୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଆଇନ୍‌ ଖିଲାପକକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଟ୍ଵିଟ୍‌କରି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ଝାରସୁଗୁଡ଼ାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି।