ବିଧାନସଭା ବୈଠକ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ବିଧାନସଭା ବୈଠକ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ଏହାସହ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର ହେବ କରୋନା ଟେଷ୍ଟ। ବିଧାୟକଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କରି ସିଟିଂ ଆୟୋଜନ କରାଯାଇଛି।
ପାର୍ଲିଆମେଣ୍ଟ ଭଳି ଏଠାରେ ମଧ୍ୟ ବିଧାୟକଙ୍କ ଆସନ ସାମ୍ନାରେ ସ୍ୱଚ୍ଛ ଫାଇବର ଗ୍ଲାସ ଲଗାଯାଇଛି। ଏହି ଅଧିବେଶନ ସମୟରେ ସମୁଦାୟ ୮ଟି କାର୍ଯ୍ୟଦିବସ ରହିଛି। କରୋନା ମହାମାରୀ ସମୟରେ ହେଉଥିବା ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ଏହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି। ଏହି ଅଧିବେଶନ ସମୟରେ ଯେଉଁମାନେ ବିଧାନସଭା ଆସିବାକୁ ନ ଚାହିଁବେ ସେମାନେ ଭିଡିଓ କନଫେରେନ୍ସ ମାଧ୍ୟମରେ ଯୋଗ ଦେଇପାରିବେ ବୋଲି ପ୍ରସ୍ତାବ ରଖିଛନ୍ତି ବାଚସ୍ପତି।