ରାହୁଲଙ୍କ ତୋଫାନୀ ଶତକରେ ଉଡ଼ିଗଲା କୋହଲି ସେନା, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଶୋଚନୀୟ ଭାବେ ହରାଇଲା କିଙ୍ଗସ ଇଲେଭେନ ପଞ୍ଜାବ

ଦୁବାଇ : କେ ଏଲ ରାହୁଲଙ୍କ ୬୯ ବଲରେ ୧୩୨ ରନ ଏବଂ ରବି ବିଷ୍ଣୋଇ ଓ ମୁରୁଗନ ଅଶ୍ଵିନଙ୍କ ଚମତ୍କାର ବୋଲିଂରେ ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ଆଇପିଏଲରେ ୯୭ ରନରେ ହରାଇ ବଡ ବିଜୟ ହାସଲ କରିଛି କିଙ୍ଗସ ଇଲେଭେନ ପଞ୍ଜାବ । ରବି ବିଷ୍ଣୋଇ ୩୨ରେ ୩ ଏବଂ ମୁରୁଗନ ଅଶ୍ୱିନ ୨୧ରେ ୩ଟି ଉଇକେଟ ନେଇଛନ୍ତି । ପଞ୍ଜାବ ଟିମ ୩ ଉଇକେଟରେ ୨୦୬ ରନ କରିବା ପରେ କୋହଲିଂକ ଦଳକୁ ୧୭ ଓଭରରେ ୧୦୯ ରନରେ ଆଲଆଉଟ କରିଦେଇଥିଲା । ଅଧିନାୟକ ରାହୁଲ ୬୨ ବଲରେ ଶତକ କରିଥିଲେ । ସେ ୬୯ ବଲ ଖେଳି ୧୪ ଚୌକ ଓ ୭ ଛକା ମାରିଥିଲେ ।

ସ୍କୋର : କିଙ୍ଗସ ଇଲେଭେନ ପଞ୍ଜାବ-୩/୨୦୬ (ରାହୁଲ ଅପରାଜିତ ୧୩୨, ମୟଙ୍କ ଅଗ୍ରୱାଲ ୨୬)
ରୟାଲ ଚାଲେଞ୍ଜର ବାଙ୍ଗାଲୋର-୧୦୯ ଅଲଆଉଟ, ୧୭ ଓଭର (ଫିଞ୍ଚ ୨୦, କୋହଲି ୧, ୱାଶିଙ୍ଗଟନ ସୁନ୍ଦର ୩୦, ଡିଭିଲିୟର୍ସ ୨୮. ବିଷ୍ଣୋଇ ୩/୩୨, ଅଶ୍ୱିନ ୩/୨୧, କାଟ୍ରେଲ ୨/୧୭) । ମ୍ୟାନ ଅଫ ଦ ମ୍ୟାଚ : କେ ଏଲ ରାହୁଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.