Below header

ମହାନଦୀ ପଠାରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ

କଟକ(କେନ୍ୟୁଜ୍) : ମହାନଦୀ ପଠାରୁ ଇଂଜିନିୟରିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ନିକଟର କନ୍ଦରପୁର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି ।

ଜାତମୁଣ୍ଡିଆ ବ୍ରିଜ୍ ଉପରୁ ଛାତ୍ରୀଙ୍କ ସ୍କୁଟି ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀଙ୍କ ସୀମା ମହାରଣା । ତାଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.