Below header

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ

କଳାହାଣ୍ଡି (କେନ୍ୟୁଜ୍) : ଶେଷରେ ଗିରଫ ହେଲେ ପ୍ରଧାନଶିକ୍ଷକ । କଳାହାଣ୍ଡି ଥୁଆମାଳ ରାମପୁର ସିରିମସ୍କା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । କିଛି ଦିନ ହେବ ସେ ଫେରାର ଥିଲେ । ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ ଲୋକେ । ପୋଲିସ ତିନିଟି ଟିମ୍ ଗଠନ କରି ତାଙ୍କୁ ଗିରଫ କରିଛି । ବାଳକୃଷ୍ଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.