Below header

NIT କ୍ୟାମ୍ପସ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି, ସଙ୍ଗରୋଧରେ ରହିବେ ପଜିଟିଭ ଆସିଥିବା ୧୪ ଛାତ୍ରଛାତ୍ରୀ

ରାଉରକେଲା : ରାଉରକେଲା NIT କ୍ୟାମ୍ପସ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି । ନେଗେଟିଭ୍‌ ରିପୋର୍ଟ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୪ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ସୂଚନା ଦେଇଛନ୍ତି ।

ଆଜିଠାରୁ ଦୁଇଟି ଟିମ୍‌ ଦିନକୁ ୫୦୦ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯିବ । ପୂର୍ବରୁ ଟେଷ୍ଟ ରିପୋର୍ଟର ପଜିଟିଭ୍‌ ଆସିଥିବା ୧୪ଜଣଙ୍କୁ ସଙ୍ଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପିଲା ହଷ୍ଟେଲରେ ରହିବେ । ସେପଟେ କୋଭିଡକୁ ନେଇ NIT ସିନେଟର ସ୍ୱତନ୍ତ୍ର ବୈଠକ ବସିବ । ବୈଠକ ପରେ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ପଦକ୍ଷେପ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.