ସ୍ମାର୍ଟଫୋନ ସହିତ ଏବେ ଲାପଟପ୍ ଚାର୍ଜ କରିପାରିବ ପାୱରବ୍ଯାଙ୍କ, ଆସିଲା Enlappower ପାୱରବ୍ଯାଙ୍କ
ଆଜିକାଲି ସ୍ମାର୍ଟଫୋନର ବ୍ଯବହାର ଅଧିକାଂଶ ବଢିଯିବା ଯୋଗୁଁ ପାୱରବ୍ଯାଙ୍କର ଚାହିବା ମଧ୍ୟ ବେଶ ବଢିଯିବ। ମାର୍କେଟରେ ଅନେକ କମ୍ପାନୀର ପାୱରବ୍ଯାଙ୍କର ଅପସନ ରହିଛି। ସ୍ମାର୍ଟଫୋନ ତ ପାୱରବ୍ଯାଙ୍କରେ ଚାର୍ଜ କରି ହୋଇପାରୁଛି କିନ୍ତୁ ଲାପଟପ୍ ଚାର୍ଜ କରିବା ପାଇଁ କୌଣସି ପାୱରବ୍ଯାଙ୍କ ଦେଖିବାକୁ ମିଳୁନାହିଁ। ଆମେ ଏମିତି ଏକ ପାୱରବ୍ଯାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ସ୍ମାର୍ଟଫୋନ ସହିତ ଲାପଟପ୍ ମଧ୍ୟ ଚାର୍ଜ କରିପାରୁଛି। ଏହା ଟ୍ରାଭେଲ ସମୟରେ ନେବା ମଧ୍ୟ ବେଶ ସହଜ ହୋଇଥାଏ ।
ମୋବିଲିଟି ପ୍ରଡକ୍ଟ ନିର୍ମାତା କମ୍ପାନୀ EVM ନିଜର Enlappower ପାୱରବ୍ଯାଙ୍କ ମାର୍କେଟରେ ଲଞ୍ଚ କରିଛି। ଏହି ପାୱର ବ୍ଯାଙ୍କର କ୍ଷମତା ୨୦୦୦ mAh ରହିଛି। C ପୋର୍ଟ ବେସଡ ଲାପଟପକୁ ଏହା ଚାର୍ଜ କରିପାରିବ। କନେକ୍ଟିଭିଟି ପାଇଁ C ଟାଇପ କନେକ୍ଟର ଦିଆଯାଇଛି। ଏହି ପାୱରବ୍ଯାଙ୍କ ବଡି ମେଟାଲର ରହିଛି। Enlappower ପାୱରବ୍ଯାଙ୍କ ଦାମ୍ ୯,୯୯୯ ଟଙ୍କା ରହିଛି। ଏହିରେ ୩ ବର୍ଷର ୱାରେଣ୍ଟି ମଧ୍ୟ ରହିଛି।
ଏହି ପାୱରବ୍ଯାଙ୍କ ମ୍ଯାକ୍ବୁକ୍, ଆଇପାଡ୍, ଡେଲ, ଏଚପି, ଲିନୋଭୋ, ଏଲଜି, ଆସୁସ, ଜେନବୁକ ଏବଂ ସମସ୍ତ ସ୍ମାର୍ଟଫୋନ ଚାର୍ଜ କରିପାରିବ। ଲାପଟପ୍ ବ୍ଯାଟେରୀ ଅଧିକ ସମୟ ପର୍ଯ୍ଯନ୍ତ ବ୍ଯାକ୍ଅପ୍ ଦେଇପାରେ ନାହିଁ। କିନ୍ତୁ ଏହି ପାୱରବ୍ଯାଙ୍କ ଲାପଟପ୍ ପାଇଁ ବହୁତ ଉପଯୋଗୀ ହୋଇପାରିବ।