ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର, ସ୍କୁଲ ପରିସରରୁ ମିଳିଲା ଝୁଲନ୍ତା ମୃତଦେହ

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ପାଇଁ ଚାଲିଗଲା ଛାତ୍ରଙ୍କ ଜୀବନ । ସ୍କୁଲ ପ୍ରିନ୍ସିପାଲ ମୋବାଇଲ ନେଇଯିବାରୁ ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ସ୍କୁଲ ପରିସର ଏକ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ପାଇଁ ଚାଲିଗଲା ଛାତ୍ରଙ୍କ ଜୀବନ । ସ୍କୁଲ ପ୍ରିନ୍ସିପାଲ ମୋବାଇଲ ନେଇଯିବାରୁ ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ସ୍କୁଲ ପରିସର ଏକ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ମୃତ ଛାତ୍ର ଗଜପତି ଜିଲାର ଦଶମ ଶ୍ରେଣୀର ଛାତ୍ର ହୋଇଥିବା ନେଇ ସୂଚନା ମିଳିଛି। ୬ଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତକାଲି ରାତିରେ ଛାତ୍ରର ମୋବାଇଲ ପ୍ରିନ୍ସିପାଲ ନେଇଯାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.