ଜାଣନ୍ତୁ ୨୭୦୦ ବର୍ଷ ପୁରୁଣା ଏହି ମୂର୍ତ୍ତି ବିଷୟରେ, କ’ଣ ରହିଛି ଏହାର ଇତିହାସ

ଖନନ ସମୟରେ ଆର୍କୋୟୋଲୋଜିଷ୍ଟିସ୍‌ମାନଙ୍କୁ ୨୭୦୦ ବର୍ଷ ପୁରୁଣା ପ୍ରତିମୂର୍ତ୍ତି ମିଳିଛି, ଯାହାକି ଡେଣା ଥିବା ଅସିରିୟନ୍‌ ଦେବତା ଲାମାସୁଙ୍କର ବୋଲି କୁହାଯାଉଛି । ତେବେ ଏହି ମୂର୍ତ୍ତିଟି ବହୁତ ବଡ ବୋଲି ଫଟୋରେ ଦେଖିବା ପାଇଁ ମିଳିଛି ।

ବର୍ତ୍ତମାନ ସମୟରେ ଆମ ଆଖପାଖରେ ଅନେକ ଅଜବ ଜିନିଷ ଦେଖୁଛେ । ଏହାସହ ବିଭିନ୍ନ ପ୍ରକାରର ଐତିହାସିକ ଜିନିଷ ମଧ୍ୟ ରିସର୍ଚ୍ଚ ଜରିଆରେ ଆମ ସାମ୍ନାକୁ ଆସିଥାଏ । ଯାହା ବିଷୟରେ ଆମକୁ ବିଶେଷ ଭାବେ ଜଣାନଥାଏ । ପ୍ରାୟତଃ ଆର୍କୋୟୋଲୋଜିଷ୍ଟିସ୍‌ମାନେ ଅନେକ ଥର ଖନନ ସମୟରେ ଏପରି ଜିନିଷ ପାଇଥାନ୍ତି, ଯାହ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଭୂମି ତଳେ ମାଟିରେ ପୋତି ହୋଇଥିବା ଏହିପରି ଐତିହାସିକ ଜିନିଷଗୁଡ଼ିକ ଇତିହାସର ସେହି ସମୟକୁ ସତେଜ କରିଦେଇଥାଏ । ଯାହାକୁ ଆମେ ମନେ ପକାଇବା ପାଇଁ ଲାଗିଥାଉ ।

ତେବେ ସେହି ପରି ଆର୍କୋୟୋଲୋଜିଷ୍ଟିସ୍‌ମାନଙ୍କୁ ଇରାକରେ ଖନନ ସମୟରେ ଏପରି ଏକ ପ୍ରତିମୂର୍ତ୍ତି ମିଳିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ, ଖନନ ସମୟରେ ଆର୍କୋୟୋଲୋଜିଷ୍ଟିସ୍‌ମାନଙ୍କୁ ୨୭୦୦ ବର୍ଷ ପୁରୁଣା ପ୍ରତିମୂର୍ତ୍ତି ମିଳିଛି, ଯାହାକି ଡେଣା ଥିବା ଅସିରିୟନ୍‌ ଦେବତା ଲାମାସୁଙ୍କର ବୋଲି କୁହାଯାଉଛି । ତେବେ ଏହି ମୂର୍ତ୍ତିଟି ବହୁତ ବଡ ବୋଲି ଫଟୋରେ ଦେଖିବା ପାଇଁ ମିଳିଛି ।

ସୂଚନା ଅନୁସାରେ, ଏହି ମୂର୍ତ୍ତିଟିକୁ ଫ୍ରାନ୍ସର ଆର୍କୋୟୋଲୋଜିଷ୍ଟିସ୍‌ ପାସ୍କାଲ୍ ବଟରଲିନ୍ ଖୋଜିଛନ୍ତି । ଏହି ପ୍ରତିମୂର୍ତ୍ତିଟି ଆଲାବାଷ୍ଟରେ ତିଆରି ହୋଇଛି, ଯାହା ବିଭିନ୍ନ ପ୍ରକାରର ଜିସ୍ପମ୍‌ ହୋଇଥାଏ । ଯାହା ମୂର୍ତ୍ତି, ପାତ୍ର ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ତିଆରିରେ କରିବା ପାଇଁ ଜିସ୍ପମ୍‌ ବ୍ୟବହାର କରାଯାଏ । ତେବେ ଫଟୋରେ ଦେଖିପାରିବେ ଯେ ଏହି ମୂର୍ତ୍ତି ପୂରା ଭଲ ଭାବେ ରହିଛି,  କେବଳ ସେହି ମୂର୍ତ୍ତିର ମୁଣ୍ଡ ନିଖୋଜ ରହିଛି । କୁହାଯାଏ ଯେ ଲାମାସୁ ଦେବତାଙ୍କ ଶରୀର ମାନବ ଓ ପକ୍ଷୀର ମିଶ୍ରଣରେ ତିଆରି ହୋଇଥିଲା । ସୂଚନା ମୁତାବକ, ଏହି ମୂର୍ତ୍ତି ରାଜା ସର୍ଗନ୍ ଦ୍ୱିତୀୟଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା, ଏହି ରାଜା ଖ୍ରୀଷ୍ଟପୂର୍ବ ୭୨୨ ରୁ ୭୦୫ ପର୍ଯ୍ୟନ୍ତ ଶାସନ କରିଥିଲେ ।

ଏହି ଅନୁସନ୍ଧାନର ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୪ ରେ ଉତ୍ତର ଇରାକରେ ଏହି ପ୍ରତିମୂର୍ତ୍ତି ମିଳିଥିଲା, ଯାହାର ଓଜନ ପ୍ରାୟ ୧୮ କିଲୋଗ୍ରାମ୍‌ ଏବଂ ମାପ ୩.୮ ଗୁଣନ ୩.୯ ମିଟର ରହିଛି । ଖନନରୁ ମିଳିଥିବା ଏହି ପ୍ରତିମୂର୍ତ୍ତିକୁ ବାଗଦାଦରେ ଅବସ୍ଥିତ ଇରାକ ମ୍ୟୁଜିୟମରେ ରଖାଯାଇଛି । ଏହି ଖନନ କାର୍ଯ୍ୟ କରିଥିବା ଫରାସୀ ଆର୍କୋୟୋଲୋଜିଷ୍ଟିସ୍‌ ପାସ୍କାଲ୍ ବଟରଲିନ୍ କହିଛନ୍ତି, ଯେ ମୁଁ ମୋ ଜୀବନରେ ଏତେ ବଡ଼ ଜିନିଷ ଆବିଷ୍କାର କରି ନ ଥିଲି । ଖାସ୍‌ ଭାବେ ଏହି ଭଳି ବଡ ଜିନିଷ ଇଜିପ୍ଟ କିମ୍ବା କାମ୍ବୋଡିଆରେ ମିଳିଥାଏ । ତେବେ ଯଦି ବଟରଲିନ୍‌ ବିଷୟରେ କହିବା, ତାହେଲେ ସେ ପ୍ୟାରିସ୍‌ ୟୁନିଭରସିଟି ପାନ୍ଥେନ୍‌ ସରବେନ୍‌ରେ ମଧ୍ୟ ହୋଷ୍ଟ ଆର୍କୋୟୋଲୋଜିଷ୍ଟିସ୍‌ର ପ୍ରଫେସର ଭାବେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.