ଆରେଷ୍ଟ ହେଲେ ଉର୍ଫି ଜାଭେଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଉର୍ଫି ଆଉ ଏକ ସମସ୍ୟାର ସମ୍ମୁଖିନ ହୋଇଥିବାର ଏକ ଭିଡିଓରେ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କୁ ଦୁଇ ଜଣ ମହିଳା ପୋଲିସ ଆରେଷ୍ଟ କରୁଥିବାର ଦେଖିବା ପାଇଁ ମିଳିଛି ।

ଉର୍ଫି ଜାଭେଦ ପ୍ରତିଦିନ କିଛି ନା କିଛି ଏପରି କାମ କରନ୍ତି, ଯେଉଁଥିପାଇଁ ସେ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଭିନ୍ନ ଢଙ୍ଗର ଫ୍ୟାଶନ୍ କାରଣରୁ, ସେ ଅନେକ ସମୟରେ ଟ୍ରୋଲର ସମ୍ମୁଖୀନ ହୋଇଥାନ୍ତି । ଏବେ ପୁଣି ତାଙ୍କ ଫ୍ୟାଶନ୍‌ ଯୋଗୁ ଉର୍ଫିଙ୍କୁ ପୋଲିସ ଆରେଷ୍ଟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି ।

ଅନେକ ଥର ଉର୍ଫିଙ୍କ ସହ ଏପରି ମଧ୍ୟ ହୋଇଛି, ଯେ ତାଙ୍କ ଫ୍ୟାଶନ୍‌ ଯୋଗୁ ତାଙ୍କୁ ଜୀବନରୁ ମାରିବା ପାଇଁ ଧମକ ମଧ୍ୟ ମଳିଛି । ଯାହାକୁ ନେଇ ଉର୍ଫି ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ ଏହି କଥା ସେୟାର କରିଛନ୍ତି । ଏବେ ପୁଣି ଉର୍ଫି ଆଉ ଏକ ସମସ୍ୟାର ସମ୍ମୁଖିନ ହୋଇଥିବାର ଏକ ଭିଡିଓରେ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କୁ ଦୁଇ ଜଣ ମହିଳା ପୋଲିସ ଆରେଷ୍ଟ କରୁଥିବାର ଦେଖିବା ପାଇଁ ମିଳିଛି ।

ଉର୍ଫି ଜାଭେଦଙ୍କ ଏହି ଭିଡିଓ ଇନଷ୍ଟାଣ୍ଟ ବଲିଉଡ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଯେଉଁଥିରେ ଉର୍ଫି ଜାଭେଦ ଏକ କଫି ସପ୍‌ରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ କିଛି ପୋଲିସ ଉର୍ଫି ଜାଭେଦଙ୍କୁ ଆରେଷ୍ଟ କରିବାକୁ ଆସିଥିଲେ । ଭିଡିଓରେ ଦୁଇ ମହିଳା ପୋଲିସ ଅଧିକାରୀ ଉର୍ଫି ଜାଭେଦଙ୍କୁ ଥାନାକୁ ଯିବାକୁ କହିଥିଲେ ।

 

View this post on Instagram

 

A post shared by Instant Bollywood (@instantbollywood)

ଯେତେବେଳେ ପୋଲିସ ଅଧିକାରୀଙ୍କୁ ଉର୍ଫି ପଚରାଗଲା କାହିଁକି ତାଙ୍କୁ ଆରେଷ୍ଟ କରାଯାଉଛି, ସେହି ସମୟରେ ମହିଳା ପୋଲିସ ଜଣକ ରାଗରେ କହିଲେ, ଏତେ ଛୋଟ ଡ୍ରେସ୍‌ ପିନ୍ଧି କ’ଣ ପାଇଁ ବୁଲୁଛ ? ତେବେ ଉର୍ଫି ଜାଭେଦ ସେହି ସମୟରେ ଏକ ଭଙ୍ଗା ହୃଦୟ ବ୍ୟାକଲେସ୍ ଟପ୍ ଏବଂ ଜିନ୍ସ ପିନ୍ଧିଥିଲେ ।

ସୂଚନା ମୁତାବକ, ଉର୍ଫି ଜାଭେଦ ପ୍ରକୃତରେ ଛୋଟ ଡ୍ରେସ୍‌ ପିନ୍ଧିଥିବାରୁ ପୋଲିସ ତାଙ୍କୁ ଆରେଷ୍ଟ କରିଛି ନା ଏହା ତାଙ୍କର କିଛି ନୂଆ ପବ୍ଲିସିଟି ଷ୍ଟଣ୍ଟ, ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । କିନ୍ତୁ ଏହା ଘଟଣା ପୂର୍ବରୁ ମଧ୍ୟ ଉର୍ଫି ଜାଭେଦ ବାନ୍ଦ୍ରା ପୋଲିସ ଷ୍ଟେସନ ଯାଇ ସାରିଛନ୍ତି ।

ଏହାପୂର୍ବରୁ ଉର୍ଫି ଜାଭେଦଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଠାରେ ତାଙ୍କ ଭଉଣୀଙ୍କ ସହ ଏକ ଇଭେଣ୍ଟରେ ଯୋଗଦେଇଥିଲେ । ସେଠାରେ ଏପରି କିଛି ହୋଇଥିଲା, ଯେ ଯାହାକୁ ନେଇ ସେ ଲଜ୍ଜିତ ହୋଇଥିଲେ । ଏହାସହ ସେହି କଥାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଅନେକ ସମୟ ଧରି ଉର୍ଫି ଟ୍ରୋଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.