ଯାଜପୁର: ଶିକ୍ଷକଙ୍କ ବଦଳିକୁ ବିରୋଧ , ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଯାଜପୁର ଟାଉନ(କେନ୍ୟୁଜ୍): ଶିକ୍ଷକଙ୍କ ବଦଳୀି ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ଧାରଣା । ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପିସିବି ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତୁଷାରକାନ୍ତ ମିଶ୍ରଙ୍କୁ ଅନ୍ୟତ୍ର ବଦଳୀି କରାଯାଇଛି । ଏହାର ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ବସିରହିଥିଲେ । ଏହି ବିଦ୍ୟାଳୟରେ ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସହିତ ଅଟଳ ଟିଙ୍କରିଂ ଲ୍ୟାବ ରହିଛି । ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଗଲେ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେବ । ଛାତ୍ର ଛାତ୍ରୀ ଧାରଣାରେ ବସିବା ପରେ ବିଦ୍ୟାଳୟ ପରିଚାଳନା କମିଟି କର୍ତୁପକ୍ଷ ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.