ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ, ପାଣି ଘେରରେ ୩୦ରୁ ଅଧିକ ଗାଁ

ଜଳେଶ୍ୱର(କେ ନ୍ୟୁଜ): ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୬୪ ମିଟରରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଜଳେଶ୍ୱର,ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବିଭିନ୍ନ ସ୍ଥାନରେ ବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଂଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାଲିଆପାଳ ବ୍ଲକର ଅସ୍ତି, ଜାମକୁଣ୍ଡା,ବିଷ୍ଣୁପୁର,ବାଲିଆପାଳ,ମଧୁପୁରା ଓ,ନିଖିରା ପ୍ରଭୃତି ପଞ୍ଚାୟତରୁ ୩୦ରୁ ଅଧିକ ଗାଁ ପାଣିଘେରରେ ରହିଛି । ଭୋଗରାଇ ଏବଂ ଜଳେଶ୍ଵର ବ୍ଲକର ଅନେକ ଗାଁ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଲୋକମାନେ ବାହାରକୁ ଯିବା ଆସିବା ପାଇଁ ଦେଶୀ ଡଙ୍ଗାର ସାହାରା ନେଉଛନ୍ତି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବାଲିଆପାଳ ତହସିଲଦାର ବିଭିନ୍ନ ତଳିଆ ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ମାଇକ ଯୋଗେ ପ୍ରଚାର କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.