ସର୍ଭେ କହୁଛି ନିଜ ଲୋକ ହିଁ କୁହନ୍ତି ଅଧିକ ମିଛ, ଏହି ଖାସ୍ କଥା ଉପରେ ରଖନ୍ତୁ ଧ୍ୟାନ

ଦୁନିଆ ଯାହା ହେଲାଣି, ଚିନ୍ତା ବଢ଼ି ଯାଉଛି । ଅନେକ ଗୁଡ଼ିଏ ଖବର ଆପଣଙ୍କୁ ବିଚଳିତ ନିଶ୍ଚିତ କରୁଥିବ, ଆପଣ କାହାକୁ ବିଶ୍ବାସ କରିବେ, କିଏ ଆପଣଙ୍କୁ ଠକୁଛି କିଏ ମିଛ କହୁଛି ଆପଣ ଅନେକ ସମୟରେ ଜାଣି ପାରୁ ନାହାନ୍ତି । ତେଣୁ ଆପଣ ଅନ୍ୟ କଥାରେ ଫସି ଯାଉଥିବା ଅନୁମାନ ବି କରୁଥିବେ । ହୁଏତ ଆପଣ ଭାବୁଛନ୍ତି ଆପଣ କେମିତି ଜାଣିବେ କିଏ ସତ କହୁଛି? ଆସନ୍ତୁ ଜାଣିବା ମିଛୁଆ ଲୋକଙ୍କୁ ଆପଣ କେମିତି ଚିହ୍ନି ପାରିବେ । ଆପଣ ସାମାନ୍ୟ ସାବଧାନ ରହିଲେ ସହଜରେ ଜାଣି ପାରିବେ କିଏ ଆପଣଙ୍କୁ ମିଛ କହୁଛି। ଯଦି ଏମିତି ହୁଏ ଆପଣ ହୁଏତ ସମସ୍ୟାରେ ପଡ଼ିବାରୁ ଖସି ଯିବେ । କାରଣ ଜଣେ ଠକ କିଛି କ୍ଷଣରେ ଆପଣଙ୍କ ଜୀବନ ବଦଳାଇ ଦେଇ ପାରେ । ତେଣୁ ଆପଣଙ୍କୁ ସାବଧାନ ରହିବା ଜରୁରୀ ।

କିଛି ଖାସ୍ କଥା ଉପରେ ଧ୍ୟାନ ଦିଅନ୍ତୁ

ମିଛ କହୁଥିବା ବ୍ୟକ୍ତି ଆପଣଙ୍କୁ ବିଶେଷ କିଛି କଥା ଲୁଚାଇ ଦିଅନ୍ତି । ଛୋଟ କଥା ହେଉ କି ବଡ଼ କଥା ଯଦି ଆପଣଙ୍କୁ କେହି କଥା ଲୁଚାଉଛି ଜାଣି ଦିଅନ୍ତୁ ସେ ମିଛ କହୁଛି । କିଛି ସତ ଲୁଚାଇବା କୁ ଯାଇ ବ୍ୟକ୍ତି ଆପଣଙ୍କ ସାମ୍ନା ରେ ଏପଟ ସେପଟ କଥା କହି ଆପଣଙ୍କୁ ଦ୍ଵନ୍ଦ ଭିତରୁକୁ ଟାଣି ନେଉଛି । ନଚେତ୍ କଥା କୁ ଅଡ଼ୁଆ କରି ଦେଉଛି । ଯଦି ଆପଣ କିଛି କଥା ବିଷୟରେ ଜାଣିବାକୁ ଚାହୁଁଛନ୍ତି, ଆଉ ସାମ୍ନା ଲୋକ ଉତ୍ତର ନ ଦେଇ ସେହି ବିଷୟ ରୁ ଅଲଗା ବିଷୟକୁ ଯାଇ ଚର୍ଚ୍ଚା କରୁଛି ନିଶ୍ଚିତ ହୋଇ ଯାଆନ୍ତୁ ଆପଣଙ୍କୁ ମିଛ କୁହାଯାଉଛି। ଯେଉଁମାନେ ମିଛ କୁହନ୍ତି ସେମାନେ ବହୁତ ସ୍ୱାର୍ଥପର ଅଟନ୍ତି। କେବଳ ନିଜ ବିଷୟରେ ଚିନ୍ତା କରନ୍ତି, ନିଜକୁ ସବୁବେଳେ ଠିକ୍ ପ୍ରମାଣିତ କରି ରଖିଥାନ୍ତି।

ଆପଣଙ୍କ ଜୀବନରେ ମଧ୍ୟ ଏଭଳି ଲୋକ ଆସୁଥିବେ ଯେଉଁମାନେ କେବଳ କାମ ସମୟରେ ହିଁ ଆପଣଙ୍କୁ ଖୋଜୁଥିବେ । ଆପଣଙ୍କ ପାଖକୁ ଆସୁଥିବେ ନିଜର କାମ ହାସଲ କରିବା ପାଇଁ । ଯେଉଁଥିରେ ତାଙ୍କର କିଛି ସମସ୍ୟା ହେଉ ନ ଥିବ। ଏମାନେ ଆପଣଙ୍କ ସମସ୍ୟା ସମୟରେ ଆପଣଙ୍କ ପାଖରେ ଆଦୌ ନ ଥିବେ। ଏମାନେ ବହୁତ କହିବେ ମୁଁ ଅଛି, ଆମେ ଅଛୁ, ହେଲେ ଠିକ୍ ସମୟରେ ଆପଣ ନିଜକୁ ଏକା ପାଇବେ। ଯେତେବେଳେ ଏମାନଙ୍କ କାମ ଥିବା ଏମାନେ କହିବେ ତୁମେ ବହୁତ ଭଲ, ଶେଷ ଯାଏ ଆମେ ତୁମ ସହିତ ରହିବୁ କିନ୍ତୁ ସତ ହେଲା ଏଭଳି ଲୋକ କେବେବି ଆପଣଙ୍କ ସାଥିରେ ନ ଥାନ୍ତି । ଯଦି ଏମାନେ ଆପଣଙ୍କ ସହିତ ଆଗକୁ ବଢ଼ୁଛନ୍ତି କେବଳ ନିଜ ସୁବିଧା ପାଇଁ।

ଆଉ ଏକ ବଡ଼ ଜିନିଷ, ମିଛ କହୁଥିବା ଲୋକ ସବୁବେଳେ ଆପଣଙ୍କ ଉପରେ ରହୁଥିବା ଦେଖିବାକୁ ମିଳିବ । ତାଙ୍କ ସମୟ ଖରାପ ଚାଲିଲେ ଏଥିପାଇଁ ସେମାନେ ଆପଣଙ୍କୁ ହିଁ ଦାୟୀ କରିବେ । ଆଙ୍ଗୁଠି ଆପଣଙ୍କ ଆଡ଼କୁ ଉଠାଇବେ । ଆଉ ଏ ସବୁ ଏଥିପାଇଁ ଲୋକ କରନ୍ତି, ଯେମିତି ଆପଣ କେବେ ସେମାନଙ୍କ ଉପରେ ସନ୍ଦେହ ନ କରିବେ। ତାଙ୍କ ମିଛ ଲୁଚାଇବା ପାଇଁ ଏମାନେ ବହୁତ ଚେଷ୍ଟା କରନ୍ତି । ବହୁତ ଚାଲାକର ସହ ମାପି ଚୁପି କଥା ହୁଅନ୍ତି । କିନ୍ତୁ ଆପଣଙ୍କ ବିଷୟରେ ସବୁ କିଛି କଥା ଆଦାୟ କରି ନିଅନ୍ତି ।

ଯଦି ଆପଣଙ୍କ ସହ ଏଭଳି ଲୋକ ଅଛନ୍ତି ବୋଲି ଆପଣ ଭାବୁଛନ୍ତି । ତେବେ ସେମାନଙ୍କ ଆଖି ଦେଖିବେ ଆପଣଙ୍କ ଆଖିରେ ନ ଥିବ । ସ୍ଥିର ହୋଇ ଏମାନେ ଗୋଟେ ଜାଗାରେ ଠିଆ ହେଇ ପାରିବେନି କି ବସି ପାରିବେନି । ତା ଛଡା ଏଭଳି ଲୋକ ଜୋର୍ ରେ ଚିଲ୍ଲେଇ କଥା ହେବେ ନଚେତ୍ ବହୁତ ଧୀରେ କହିବେ । ମିଛୁଆ ଲୋକ ସବୁବେଳେ ନିଜେ କହିଥିବା କଥା ଭୁଲି ଯାନ୍ତି । କେତେବେଳେ କଣ କୁହନ୍ତି ଭୁଲି ଯାନ୍ତି। ଯଦି ଆପଣଙ୍କୁ କହିଥିବା କଥା ଜଣେ ଭୁଲି ଯାଉଛି ଆପଣ ନିଶ୍ଚିତ ହୋଇ ଯାଆନ୍ତୁ। ସେହି ଲୋକ ଆପଣଙ୍କୁ ମିଛ କହୁଛି ।

ଯଦି ଆପଣ ମିଛ କଥା ଧରିବାକୁ ଚାହୁଁଛନ୍ତି, ତେବେ ଦେଖିବେ କିଛି ଦିନ ଅନ୍ତରରେ ସେହି ଲୋକ ଟି ସମାନ କଥା କୁ କେମିତି ବଦଳାଇ କହୁଛି । ଯଦି ସବୁଠି ଲୋକଟି ସମାନ କଥା କହୁଛି ତେବେ ସେ ସତ କହୁଛି । ଯଦି ସମାନ କଥା କହି ସେଠାରେ ଆପଣଙ୍କୁ ଛୋଟ କରିବାକୁ ଚେଷ୍ଟା କରିଛି କି ନିଜ କଥାକୁ ବଢାଇ କହୁଛି ଜାଣି ଜାଣନ୍ତୁ ଲୋକଟି ମିଛ କହୁଛି। ଯିଏ ମିଛ କୁହେ ସେ ଅନ୍ୟ କୁ ଦେଖିଲେ ଈର୍ଷା କରେ । କିଏ ଭଲ ପିନ୍ଧିଲେ, ଭଲ ଖାଇଲେ ଏମିତିକି ଅନ୍ୟ ସହ ଭଲରେ କଥା ହେଲେ ବି ମିଛୁଆ ଲୋକଙ୍କୁ ବହୁତ ବାଧେ। କାରଣ ଏମାନେ କେବଳ ନିଜ କଥା ଭାବନ୍ତି। ତେବେ ଆପଣ ଏବେଠୁ କେବଳ ସାବଧାନ ରୁହନ୍ତୁ । କିଏ ମିଛୁଆ କିଏ ସତ କହୁଛି ଆଜିଠାରୁ ଠଉରାଇବା ଆରମ୍ଭ କରନ୍ତୁ । ଜାଣି ନିଅନ୍ତୁ ଏକ ସର୍ଭେ କହୁଛି, ସବୁଠୁ ନିଜ ଲୋକ ମାନେ ହିଁ ବେଶି ମିଛ କୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.