Below header

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଚେରୁପାଲି ଗ୍ରାମ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ

ସୁବର୍ଣ୍ଣପୁର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ଗ୍ରାମ ପଂଚାୟତରେ କାର୍ଯ୍ୟାରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯ୍ୟଧନ ମେହେର ଘରେ ଚାଲିଛି ଏହି ରେଡ୍ ।

ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନେତୃତ୍ୱରେ ବଲାଙ୍ଗୀର,ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ସୋନପୁର ସହର ମାଣିକେଶ୍ୱରୀସ୍ଥିତ ବାସଭବନ ଏବଂ ଚେରୁପାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଏକା ସାଙ୍ଗରେ ରେଡ୍ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.