Below header

ମୋହନା ବନ ବିଭାଗ ପକ୍ଷରୁ ମିନି ଟ୍ରକ୍ ସହ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଗଣ୍ଡି ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ମିନି ଟ୍ରକ ସହ ଶାଳକାଠ ଗଣ୍ଡି ଜବତ କରାଯାଇଛି । ଜବତ କାଠ ଗଣ୍ଡି ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ବୁଧୁବାର ବିଳମ୍ବିତ ରାତିରେ ଚଢ଼ିଆପଦା ଅଞ୍ଚଳରେ ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିଲା ।

ଏହି ସମୟରେ ଏକ ମିନି ଟ୍ରକ ରାସ୍ତା ପାର୍ଶ୍ୱରେ ଥିବା ବେଳେ ଏହାକୁ ଯାଞ୍ଚ କରିଥିଲେ ବନବିଭାଗ କର୍ମଚାରୀ, ଯାଞ୍ଚ ପରେ ଏଥିରେ ୧୫ଟି ମୂଲ୍ୟବାନ ଶାଳକାଠ ଗଣ୍ଡି ଥିବା ଜଣାପଡିଥିଲା। କାଠ ମାଫିଆ ଗାଡିକୁ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ସେହି ଅଞ୍ଚଳରେ ଚଢ଼ାଉ ଜାରି ରହିଥିବା ସୂଚନା ଦେଇଛନ୍ତି ମୋହନା ବନାଞ୍ଚଳ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.