ଡିଜିଟାଲ ଡେବ୍ଯୁ କଲେ ‘ଧିମେ ଧିମେ ବଏ’, ଲଗାଇଲେ ଜବରଦସ୍ତ ଡ୍ଯାନ ତଡ଼କା, ଭିଡିଓ ଟିଜର ରିଲିଜ

ବଲିଉଡରେ ନିଜର ଦମଦାର ଅଭିନୟ କଳା ଦେଖାଇ ଏବେ ଫ୍ଯାନ୍ ଦିଲ୍ ରେ ରାଜ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ଯନ। କାର୍ତ୍ତିକଙ୍କ ଗୋଟେ ଝଲକ ପାଇବା ପାଇଁ ଫ୍ଯାନ ପାଗଳ ରହୁଛନ୍ତି। କାର୍ତ୍ତିକ ଆର୍ଯ୍ଯନ ନିଜ ଫ୍ଯାନ୍ ଙ୍କ ପାଇଁ ଖାସ୍ ଉପହାର ନେଇ ଆସିଛନ୍ତି। ପ୍ରଥମ ଥର ପାଇଁ ଡିଜିଟାଲ ଡେବ୍ଯୁ କରୁଛନ୍ତି କାର୍ତ୍ତିକ। କାର୍ତ୍ତିକ ସୋସିଆଲ ମିଡିଆରେ ଆଗାମୀ ଆନିମିଡେଡ ମ୍ଯୁଜିକ ଭିଡିଓର ଟିଜର ରିଲିଜ କରିଛନ୍ତି। କାର୍ତ୍ତିକ ଏହି ଗୀତ ‘ନାଚୁଙ୍ଗା ଏସେ’। ଏହି ଗୀତକୁ ଓମ ରାଉତ ନିର୍ଦ୍ଦେଶନା ଦେଇଛନ୍ତି।

ଏହି ମ୍ଯୁଜିକ ଭିଡିଓରେ କାର୍ତ୍ତିକ ଆର୍ଯ୍ଯନ ଆନିମିଟେଡ ଅବତାରରେ ନଜର ଆସିବେ। ଏଥିରେ ମଧ୍ୟ କିଛି ଶାନଦାର ଡ୍ଯାନ୍ସ ମୁଭ କରୁଥିବାର ନଜର ଆସିବେ। କାର୍ତ୍ତିକ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ସନୋର, ସେନୋରିଟା, ସୁନୀତା ଔର ସଂଗୀତ ସବ୍ ନାଚେଙ୍ଗେ, ନାଚୁଙ୍ଗା ଏସେ’।

 

View this post on Instagram

 

A post shared by KARTIK AARYAN (@kartikaaryan)

ଏହାଛଡା କାର୍ତ୍ତିକଙ୍କ ନୂଆ ଫିଲ୍ମ ‘ଧମାକା’ ଖୁବଶୀଘ୍ର ପରଦାକୁ ଆସିବ। ଏଥିରେ କାର୍ତ୍ତିକ ଅର୍ଜୁନ ପାଠକ ନାମକ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ। ଏହା ଏକ ଥ୍ରୀଲର ଫିଲ୍ମ। ଏହାକୁ ରାମ ମାଧବାନୀ ନିର୍ଦ୍ଦେଶନା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.