ଶୁଖୁଆ ଖଳାରେ ମାଡ଼ି ଆସିଲା ଜୁଆର, ଭାସିଗଲା ଲକ୍ଷାଧିକ ଟଙ୍କାର ଶୁଖୁଆ

ଚାନ୍ଦବାଲି(କେନ୍ଯୁଜ୍): ଶୁଖୁଆ ଖଳାରେ ମାଡ଼ି ଆସିଲା ଜୁଆର। ଭାସିଗଲା ଲକ୍ଷାଧିକ ଟଙ୍କାର ଶୁଖୁଆ। ଭଦ୍ରକ ଜିଲ୍ଲା ଧାମରା ଚନ୍ଦନିପାଳ ଶୁଖୁଆ ଖଳାରୁ ଧୋଇଗଲା ଶୁଖୁଆ। ସମୁଦ୍ର ଆଡୁ ହଠାତ ୨୦ଫୁଟ ଉଚ୍ଚ ଜୁଆର ମାଡ଼ି ଆସିବା ଶୁଖୁଆ ଖଳାରେ ଥିବା ଶୁଖୁଆ ଧୋଇ ଯାଇଥିଲା।

ଲକ୍ଷାଧିକ ଟଙ୍କାର ଶୁଖୁଆ ସମୁଦ୍ରକୁ ଭାସିଯାଇଥିବା ଶୁଖୁଆ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଧାମରା, ଅମରଲଗର ସମେତ ସ୍ଥାନୀୟ ଅଞ୍ଚଳର ଶହ ଶହ ମତ୍ସ୍ୟଜୀବୀ ଶୁଖୁଆଖଳାରୁ ବାହାର ରାଜ୍ୟକୁ ପଠାଇଥାନ୍ତି। ଗତକାଲି ଅମାବାସ୍ୟା ଥିବାରୁ ହଠାତ ଜୁଆର ମାଡ଼ି ଆସିଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.