Below header

ଅନର କିଲିଂ: ପରିବାର ବିରୋଧରେ ବାହା ହେବାରୁ ଝିଅକୁ ମାରିଦେଲେ ମା’ ଓ ଭାଇ, ତଣ୍ଟି କାଟି କଟା ମୁଣ୍ଡ ସହ ନେଲେ ସେଲ୍‌ଫି

ଅନର କିଲିଂ ପାଇଁ ନିଜ ଝିଅକୁ ହତ୍ୟା କଲା ମା’। ମା’ ଓ ଭାଇ ମିଶି ଝିଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲେ। ମହାରାଷ୍ଟ୍ରର ଔରଙ୍ଗାବାଦରେ ଅନର କିଲିଂର ଏଭଳି ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରିଥିଲେ। ଏହି କଥା ତାଙ୍କ ୧୭ ବର୍ଷୀୟ ଭାଇ ଓ ମା’ଙ୍କୁ ଏତେ ଖରାପ ଲାଗିଲା ଯେ ସେମାନେ ମିଶି ଝିଅର ତଣ୍ଟି କାଟି ଦେଲେ। ଉଭୟେ ଗଳା କାଟିବା ପରେ କଟା ମୁଣ୍ଡ ସହ ସେଲ୍‌ଫି ବି ନେଇଛନ୍ତି।

ପୋଲିସ କହିଛି ଯେ ଝିଅ ନିଜ ସହ କ୍ଲାସରେ ପଢ଼ୁଥିବା ଜଣେ ପୁଅକୁ ଭଲ ପାଉଥିଲା। ଉଭୟେ ପରସ୍ପରକୁ ବିବାହ କରିବାକୁ ଘର ଛାଡ଼ି ଚାଲିଯାଇଥିଲେ। କିଛି ମାସ ଧରି ସେମାନେ ଘରଠାରୁ ଦୂରରେ ଥିଲେ। ଏହି ସମୟ ମଧ୍ୟରେ ସେମାନେ ବିବାହ ବି କରି ନେଇଥିଲେ। କିଛି ଦିନ ତଳେ ମା’ ଓ ଭାଇଙ୍କୁ ଏହି କଥା ଜଣାପଡ଼ିଥିଲା। ସେମାନେ ଝିଅକୁ ଆଶୀର୍ବାଦ ଦେବା ବାହାନାରେ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ହତ୍ୟା କରିଛନ୍ତି।

ପୋଲିସର ସୂଚନାନୁସାରେ, ରାତିରେ ଝିଅର ଭାଇ ଓ ମା’ ମିଶି ତାଙ୍କ ତଣ୍ଟି କାଟି ଦେଇଥିଲେ। ଉଭୟେ କଟା ମୁଣ୍ଡ ସହ ସେଲ୍‌ଫି ମଧ୍ୟ ନେଇଥିଲେ। ପରେ ଉଭୟ ମା’ ଓ ପୁଅ ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଛନ୍ତି। ସେମାନଙ୍କ ଇଚ୍ଛା ବିରୋଧରେ ଯାଇ ଝିଅ ଆଉ ଜଣଙ୍କୁ ବିବାହ କରିଥିବାରୁ ଘରର ସମ୍ମାନ ପାଇଁ ସେମାନେ ଏହିି କାଣ୍ଡ ରଚିଥିବା କହିଛନ୍ତି। ତେବେ ପୋଲିସ ଉଭୟଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.