ବାସୁଦେବପୁର: ଦରମା ନପାଇବାରୁ କିରୋସିନ ଢାଳି କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର(କେନ୍ଯୁଜ୍): ଦରମା ନପାଇବାରୁ ଆତ୍ମହତ୍ୟା ଉଦ୍ୟମ। ଭଦ୍ରକ ଜିଲ୍ଲା ବାସୁଦେବପୁର ଜଳସେଚନ ବିଭାଗରେ ଦୀର୍ଘ ୫ବର୍ଷ ହେଲା କାମ କରୁଥିଲେ ଦିବାକାର ଦାସ । ୧୯୮୩ ମସିହାରୁ ୧୯୮୯ ପର୍ଯ୍ୟନ୍ତ ଚାକିରି ପରେ ଛଟେଇ କରିଦିଆଯାଇଥିଲା। ପୁଣି ୨୦୧୬ରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ ଦିଆଯାଇଥିଲା। ହେଲେ ଦରମା ନପାଇବାରୁ ୨୦୧୮ ମସିହାରେ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ ।

ଦରମା ମିଳିବା ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ ଦିବାକର। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଦରମା ମିଳିନାହିଁ। ଫଳରେ ଆଜି ବାଧ୍ୟ ହୋଇ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.