ତପସ୍ବିନୀ ଓ ସୁମିତ ମାମଲାରେ ଜିଲ୍ଲା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର (କେନ୍ଯୁଜ୍): ସୁମିତ-ତପସ୍ୱିନୀଙ୍କ ପାରିବାରିକ ମାମଲା ଆଜି ଭିନ୍ନ ମୋଡ ନେଇଛି । ଜିଲ୍ଲା କୋର୍ଟ ଆଜି ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତପସ୍ୱିନୀ ସୁମିତଙ୍କ ଘରେ ରହିବା ନେଇ କୋର୍ଟ କହିଛନ୍ତି । ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଦେଇଛନ୍ତି ।
ଖାଲି ସେତିକି ନୁହେଁ ତାଙ୍କର ଭରଣପୋଷଣ ପାଇଁ ସୁମିତ ମାସିକ ୧୭ ହଜାର ଟଙ୍କା ଦେବେ ବୋଲି କହିଛନ୍ତି କୋର୍ଟ । କେଉଁଠି ରହିବେ ତପସ୍ୱିନୀ ଏନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ଆଜି ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ ରାୟ ଶୁଣାଇବା ପରେ ତପସ୍ୱିନୀ ବିବାଦ ନେଇ ସୃଷ୍ଟି ହୋଇଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।
ପୂର୍ବରୁ ଜିଲ୍ଲା କୋର୍ଟରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଏସଡିଜେଏମ କୋର୍ଟଙ୍କ ୨ ଓ ୯ତାରିଖ ଆଦେଶ ବିରୋଧରେ ସୁମିତଙ୍କ ପକ୍ଷରୁ ପିଟିସନ ଫାଇଲ ହୋଇଥିବା ବେଳେ ୨୦ ତାରିଖ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତପସ୍ୱିନୀଙ୍କ ଓକିଲ।
ଘରୋଇ ହିଂସା ମାମଲା ରୁଜୁ ପୂର୍ବରୁ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସୁମିତଙ୍କ ଘରେ ତପସ୍ୱିନୀ ରହିଲେ ବହୁ ଅସୁବିଧା ହେବ ବୋଲି କହିଥିଲେ ସୁମିତଙ୍କ ଓକିଲ। ତପସ୍ୱିନୀଙ୍କୁ ଘରଭଡ଼ା ଦେବାକୁ ସୁମିତ ରାଜି ଥିବା କଥା ମଧ୍ୟ କହିଥିଲେ। ସେପଟେ ଘର ବାରଣ୍ଡାରେ ତପସ୍ୱିନୀ ପଡିରହିଥିଥଲେ ।