ଫ୍ରାନ୍ସରୁ ମିଳିଲା କରୋନାର ଆଉ ଏକ ନୂତନ ଭାରିଆଣ୍ଟ୍ IHU, ଦେଖାଗଲାଣି ୪୬ ମ୍ୟୁଟେସନ୍

ନୂଆଦିଲ୍ଲୀ : କରୋନା ଏବଂ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରେ ଆଉ ଏକ ନୂତନ ପ୍ରକାର ଭାରିଆଣ୍ଟ୍ ଚିହ୍ନଟ କରାଯାଇଛି। ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ ମାନେ ଏହାକୁ ବି.୧.୬୪୦.୨ ବୋଲି ଚିହ୍ନଟ କରିଛନ୍ତି । ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ନୂତନ ପ୍ରକାର ଭାରିଆଣ୍ଟରେ ଏଯାବତ୍ ୪୬ ଟି ମ୍ୟୁଟେସନ୍ ଦେଖିବାକୁ ମିଳିଛି ।ତେବେ ଏହା କେତେ ବିପଜ୍ଜନକ ଏବଂ ଏହାର ସଂକ୍ରମଣ ହାର ବିଷୟରେ ରିପୋର୍ଟ ଏପର୍ଯ୍ୟନ୍ତ ବାହାରି ନାହିଁ।

ରିପୋର୍ଟ ଅନୁସାରେ, ଯେଉଁ ମାନଙ୍କ ଠାରେ ଏହି ସ୍ୱରୂପକୁ ଦେଖିବାକୁ ମିଳିଛି ସେମାନେ କେମରୁନ୍ ରୁ ଫେରିଥିଲେ । ତେଣୁ ଏହାର ସଂକ୍ରମଣ ଦକ୍ଷିଣ ଫ୍ରାନ୍ସରେ ବ୍ୟାପିପାରେ ବୋଲି କୁହାଯାଉଛି । କରୋନାର ନୂତନ ପ୍ରକାରଗୁଡ଼ିକ ଭାରିଆଣ୍ଟ୍ ବାରମ୍ବାର ସାମ୍ନାକୁ ଆସୁଛି । ଗତ ବର୍ଷ ମଧ୍ୟ ଏହା ଘଟିଥିଲା, କିନ୍ତୁ ସମସ୍ତ ନୂତନ ପ୍ରକାର ଭାରିଆଣ୍ଟ୍ କେତେ ବିପଜ୍ଜନକ ତାହା ଉପରେ ଅଧ୍ୟୟନ ଜାରି ରହିଛି ।

ବିଶେଷଜ୍ଞଙ୍କ କହିବା କଥା ଯେ, ଲଗାତର ଭାବରେ ଏକାଧିକ ଭାରିଆଣ୍ଟ୍ ସାମନାକୁ ଆସୁଛି । ଏସବୁ କେତେ ପ୍ରଭାବୀ ତାହା ଦୁଇ ପ୍ରକାରରେ ଜଣାପଡ଼ିବ । ଗୋଟିଏ ହେଉଛି ମୃତ୍ୟୁ ସଂଖ୍ୟା ଓ ସଂକ୍ରମଣ ସଂଖ୍ୟା । ଏହି କ୍ରମରେ ଫ୍ରାନ୍ସରୁ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ କେତେ ମାରାତ୍ମକ ତାହା ପରବର୍ତ୍ତୀ ରିପୋର୍ଟ ରୁ ହିଁ ଜଣାପଡ଼ିବ । ବୈଜ୍ଞାନିକ ମାନେ କହିଛନ୍ତି ଯେ ଯେଉଁ ୧୨ ଜଣଙ୍କ ମଧ୍ୟରେ ଏହି ଭାରିଆଣ୍ଟ୍ ଦେଖିବାକୁ ମିଳିଛି ସେମାନଙ୍କ ମଧ୍ୟରେ ଅସାଧାରଣ ମିଶ୍ରଣ ଦେଖିବାକୁ ମିଳିଛି ୪୬ ଟି ମ୍ୟୁଟେସନ୍ ସହିତ ନୂତନ ପ୍ରକାର ଭାରିଆଣ୍ଟ୍ ଭ୍ୟାକ୍ସିନକୁ ବି ମାତ୍ ଦେବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.