ଏବେ ଗୋଟେ ମିନିଟ୍ ପାଇଁ ବି ଗାୟବ ହେବନାହିଁ ଫୋନର ନେଟଓ୍ଵାର୍କ, ଆସିଲା ସାନଦାର ଜୁଗାଡ

ଅନେକ ଦଶନ୍ଦି ଧରି ଆମେ ସମସ୍ତେ ଫୋନର ବ୍ୟବହାର କରିଆସୁଛୁ। ଏଥିରେ ସମୟ ସହିତ ଅନେକ ଜିନିଷରେ ପରିବର୍ତ୍ତନ ମଧ୍ୟ ହୋଇଛି। କିନ୍ତୁ ଏହା ସହ ଜଡିତ ଏକ ସମସ୍ୟା ଏବେବି ଲୋକମାନେ ସାମ୍ନା କରୁଛନ୍ତି ତାହା ହେଉଛି ଫୋନର ସିଗନାଲ ସମସ୍ୟା। ସବୁବେଳେ ଲୋକଙ୍କ ପାଇଁ ବଡ ସମସ୍ୟା ହେଉଛି ଯେତେବେଳେ ବି ଦୂରଦୂରାନ୍ତର ଅଞ୍ଚଳ କିମ୍ବା ଅନ୍ୟ ଯାଗାରେ ଅନେକ ଲୋକଙ୍କ ପାଇଁ ଏକ ବଡ ସମସ୍ୟା ହେଉଛି ନେଟଓ୍ଵାର୍କ ନ ଆସିବା। ଏମିତିରେ ନା କଲ୍ ଆସିଥାଏ ନା କାହାକୁ କଲ୍ ଲାଗିଥାଏ, ନା ମେସେଜ ଆସିଥାଏ। ଯାହାକୁ ନେଇ ଚିନ୍ତିତ ୟୁଜର୍ସ ଏହାର ସମାଧାନ୍ ଖୋଜନ୍ତି। ଅନେକ କମ୍ପାନୀ ବି ଏହି ସମସ୍ୟାର ସମାଧାନ ଖୋଜିବାରେ ଲାଗିଛନ୍ତି। ଏବେ ଏକ କମ୍ପାନୀ ଦ୍ୱାରା ଏକ ଏମିତି ଷ୍ଟିକର ଲଞ୍ଚ୍ କରାଯାଇଛି ଯାହା ଆପଣଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଇପାରେ।
କମ୍ପାନୀ ଏପରି ଦାବି କରିଛି ଯେ ଏହି ଖାସ୍ ପ୍ରକାରର ଷ୍ଟିକର ଦ୍ୱାରା ଫୋନର ନେଟଓ୍ଵାର୍କ ବଢ଼ାଇ ଦିଆଯାଇପାରେ। ଯାହାର ବିକ୍ରି ଅନଲାଇନ୍ କରାଯାଉଛି। ଆସନ୍ତୁ ଆପଣଙ୍କୁ ଏହି ଖାସ୍ ନେଟଓ୍ଵାର୍କ ବୁଷ୍ଟର ଷ୍ଟିକର ବିଷୟରେ।
ନେଟଓ୍ଵାର୍କ ବଢ଼ାଇବା ଷ୍ଟିକର
ନେଟଓ୍ଵାର୍କ ବଢ଼ାଇବା ଦାବି କରୁଥିବା ଏହି ପ୍ରଡକ୍ଟର ନାମ ନେଟଓ୍ଵାର୍କ ବୁଷ୍ଟର ଷ୍ଟିକର ରଖାଯାଇଛି। ଏହାର ବ୍ୟବହାର କରିବା ପାଇଁ ସ୍ୱାର୍ଟଫୋନ ପଛରେ ଏହି ଷ୍ଟିକରକୁ ଲଗାଇବାକୁ ପଡିବ। ଏହା ଦେଖିବାକୁ ଏକ ପ୍ରକାର ଷ୍ଟିକର ଭଳି। କିନ୍ତୁ ଏଥିରେ ଏକ ଚିପ୍ ରହିଛି ଯାହା ନେଟଓ୍ଵାର୍କ ବଢ଼ାଇବା କାମ କରିଥାଏ। ଯଦି ଆପଣଙ୍କର ବି ଏହି ନେଟଓ୍ଵାର୍କ ସମସ୍ୟା ରହିଛି ତାହେଲେ ଏହି ଚିପ୍ ଆପଣଙ୍କ କାମରେ ଆସିପାରେ। ଫୋନର ପଛପଟେ ଲଗାଯାଉଥିବା ଏହି ଷ୍ଟିକର କଲିଙ୍ଗ ଏବଂ ମେସେଜ ପାଇଁ ନେଟଓ୍ଵାର୍କ ଆଣିବା କାମ କରିଥାଏ।
କଣ ରହିଛି ଦାମ୍
ଅନଲାଇନ୍ ସାଇଟରେ ନେଟଓ୍ଵାର୍କ ବୁଷ୍ଟର ଷ୍ଟିକରର ବହୁତ ଡିମାଣ୍ଡ ରହିଛି। କିନ୍ତୁ ଏହା କେତେ କାରିଗରୀ ଏହା ବିଷୟରେ କିଛି ସୂଚନା ନାହିଁ। ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି ତାହେଲେ ଏହାକୁ ଅନଲାଇନ୍ କିଣିପାରିବେ। ଏହାର ଦାମ୍ ୧ ହଜାର ଟଙ୍କା ରହିଛି। କିଣିବା ପରେ ଯଦି ଏହା କା ଭଲ କାମ କରେ ତାହେଲେ ଆପଣଙ୍କୁ ଆଉ କଣ ଦରକାର। ଏହାଦ୍ୱାରା ଆପଣଙ୍କ ନେଟଓ୍ଵାର୍କ ଚିନ୍ତା ଦୂରେଇ ଯିବ।