କାଲିଠୁ ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ, ୫ ଦିନ ପରେ ବର୍ଷା

ଛତିଶଗଡ଼ ଉପରେ ରହିଥିବା ଘୁର୍ଣ୍ଣିବଲୟ ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାର କେତେକ ସ୍ତାନରେ ବର୍ଷା ହୋଇଛି।

ଭୁବନେଶ୍ବର : ଛତିଶଗଡ଼ ଉପରେ ରହିଥିବା ଘୁର୍ଣ୍ଣିବଲୟ ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାର କେତେକ ସ୍ତାନରେ ବର୍ଷା ହୋଇଛି। ଏହା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ଜିଲ୍ଲାରେ ବୌଦ୍ଧ ଓ ଟିଟିଲାଗଡ଼ରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବାବେଳେ ମାଲକାନାଗିରିରେ ତାତି ୪୧ ଡିଗ୍ରୀ ରେକର୍ଡ ହୋଇଛି । ତେବେ ନିମ୍ନ ଚାପରେଖା ଓ ବାୟୁ ଚଲାଚଳ ପ୍ରଭାବରେ କିଛି ଉପକୂଳ ଜିଲ୍ଲା ରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବ ।

ଏହାସହ ୫ ଦିନ ପରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଏହା ପୂର୍ବରୁ ବଢ଼ିବ ରାତି ତାପମାତ୍ରା । ଆଗାମୀ ୩ ରୁ ୫ ଦିନ ରାତି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି କହିଛି ପାଣିପାଗ ବିଭାଗ । ଦୁଇ ଦିନ ପ୍ରଚଣ୍ଡ ଖରା ପରେ ଆଜି ସକାଳୁ ମେଘୁଆ ପାଗ। କଟକ, ଭୁବନେଶ୍ବର ସମେତ କିଛି ସ୍ଥାନରେ ପାଗ ମେଘୁଆ ଦେଖିବାକୁ ମିଳିଛି । ଫଳରେ ତାତିରେ ସାମାନ୍ୟ ବ୍ରେକ ଲାଗିଛି।

କାଲିଠୁ ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ । ଉପକୂଳଠୁ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ସାରା ଓଡ଼ିଶା ଜଳିବ । କଲବଲ କରିବ ତାତି ଓ ଗୁଳୁଗୁଳି । ୩-୪ ଦିନରେ ପାରଦ ଛୁଇଁପାରେ ୪୩ ଡିଗ୍ରୀ ସେଲସିୟସ୍ । ଗତ କିଛି ଦିନ ହେବ ତାପମାତ୍ରା ଲଗାତାର ଭାବରେ ବଢ଼ି ବଢ଼ି ଚାଲିଛି । ଗତକାଲି ପ୍ରଥମ ଥର ରାଜ୍ୟରେ ପାରଦ ଛୁଇଁଛି ୪୧ ଡିଗ୍ରୀ ସେଲସିୟସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.