ନ୍ୟାଚୁରାଲ ଷ୍ଟାର ନାନୀଙ୍କର ଆସୁଛି ଆଉ ଏକ ଜବରଦସ୍ତ ଫିଲ୍ମ, ରିଲିଜ୍‌ ହେଲା ପୋଷ୍ଟର

'ଦଶରା', 'ଏମସିଏ','ଜର୍ସି' ଭଳି ଅନେକ ବ୍ଲକବଷ୍ଟର ଏବଂ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ନ୍ୟାଚୁରାଲ ଷ୍ଟାର ନାନୀଙ୍କର ଏକ ନୂଆ ଫିଲ୍ମ ଏବେ ଘୋଷଣା ହୋଇଛି। ଡିସେମ୍ବରରେ ମୁକ୍ତିଲାଭ କରିଥିବା ମୃଣାଲ ଠାକୁରଙ୍କ ସହ ତାଙ୍କର ଚଳଚ୍ଚିତ୍ର ‘ହେ ନାନ୍ନା’ରେ ତାଙ୍କ ଅଭିନୟକୁ ବହୁ ପ୍ରଶଂସା କରାଯାଇଥିଲା।

ପୁଣି ଥରେ ଦର୍ଶକଙ୍କ ମନରେ ରାଜ୍‌ କରିବା ପାଇଁ ନାନୀ ଆଣୁଛନ୍ତି ଆଉ ଏକ ନୂଆ ଫିଲ୍ମ । ‘ଦଶରା’, ‘ଏମସିଏ’,’ଜର୍ସି’ ଭଳି ଅନେକ ବ୍ଲକବଷ୍ଟର ଏବଂ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ନ୍ୟାଚୁରାଲ ଷ୍ଟାର ନାନୀଙ୍କର ଏକ ନୂଆ ଫିଲ୍ମ ଏବେ ଘୋଷଣା ହୋଇଛି। ଡିସେମ୍ବରରେ ମୁକ୍ତିଲାଭ କରିଥିବା ମୃଣାଲ ଠାକୁରଙ୍କ ସହ ତାଙ୍କର ଚଳଚ୍ଚିତ୍ର ‘ହେ ନାନ୍ନା’ରେ ତାଙ୍କ ଅଭିନୟକୁ ବହୁ ପ୍ରଶଂସା କରାଯାଇଥିଲା। ଏବେ ସେ ପୁଣିଥରେ ‘ଦସରା’ର ନିର୍ମାତାମାନଙ୍କ ସହିତ ହାତ ମିଳାଇଛନ୍ତି । ଗତବର୍ଷ ମାର୍ଚ୍ଚ ୨୯ ରେ ମୁକ୍ତିଲାଭ କରିଥିବା ‘ଦଶରା’ ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ଥିଲା।

ହିନ୍ଦୀ ଦର୍ଶକଙ୍କ ଦ୍ୱାରା ମଧ୍ୟ ଚଳଚ୍ଚିତ୍ରଟି ବେଶ୍‌ ପ୍ରଶଂସିତ ହୋଇଥିଲା । ବର୍ତ୍ତମାନ ନିର୍ମାତା ଏବଂ ଅଭିନେତା ଏକ ନୂଆ ଚଳଚ୍ଚିତ୍ର ପାଇଁ ହାତ ମିଳାଇଛନ୍ତି। ଯାହାର ଏକ ପୋଷ୍ଟର ନାନୀ ନିଜେ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ତେବେ କହିବାକୁ ଚାହିଁବୁ ଯେ ନାନୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଶ୍ରୀକାନ୍ତ ଓଡେଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ ଏବଂ ସୁଧାକର ଚେରୁକୁରିଙ୍କ ଦ୍ୱାରା ନିର୍ମିତ ହେବ।

ନାନୀ ଶନିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ନୂଆ ଫିଲ୍ମ ଘୋଷଣା କରିଛନ୍ତି। କେବଳ ଘୋଷଣାରେ ହିଁ ପ୍ରଶଂସକଙ୍କ ଉତ୍ସାହ ହାଇ ଲେଭଲରେ ପହଞ୍ଚିଛି। କାରଣ ଏହି ଫଟୋରେ ଖୁବ ଭୟଙ୍କର ଦେଖାଯାଉଛନ୍ତି ନାନୀ। ଟ୍ଵିଟରରେ ଏହି ଘୋଷଣା କରି ନାନୀ ଆଗାମୀ ଚଳଚ୍ଚିତ୍ରକୁ ଭାଓଲେନ୍ସରେ ପରିପୂର୍ଣ୍ଣ ବୋଲି କହିଛନ୍ତି। ସେ ଏହାକୁ ପୋଷ୍ଟ କରି କ୍ୟାପସନରେ ଲେଖାଯାଇଛି“ଦଶରାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ …ନାନୀ 33ର ଘୋଷଣା କରିଛନ୍ତି।

ପୁଣିଥରେ ଶ୍ରୀକାନ୍ତ ଓଡେଲାଙ୍କ ଭାଓଲେନ୍ସ ଭରା ଷ୍ଚୋରି ଦେଖିବାକୁ ମିଳିବ। ଏଠାରେ କହିରଖୁଛୁ ଯେ, ଶ୍ରୀକାନ୍ତ ଦଶରା ଫିଲ୍ମର ସହ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ। ‘ଦଶରା’ରେ ନାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ କିର୍ତ୍ତୀ ସୁରେଶ। ଏହି ଫିଲ୍ମରେ ଦୁହଁଙ୍କର ଖୁବ୍ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଥିଲା। ଗତ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଫିଲ୍ମ ‘ଦଶରା’ ଅନ୍ୟତମ।

ନାନୀ 33ର ଘୋଷଣା ବିଷୟରେ କହିବାକୁ ଗଲେ ଏହା ଗାଢ ଲାଲ ରଙ୍ଗରେ ଦେଖିବାକୁ ମିଳିଥିଲା, ଯାହା ଦର୍ଶାଏ ଯେ ଫିଲ୍ମରେ ହିଂସାତ୍ମକ ଖୁବ ଦେଖିବାକୁ ମିଳିଛି। ତେବେ ଏହି ପୋଷ୍ଟରରେ ନାନୀଙ୍କୁ ଖୁବ ଭୟଙ୍କର ରୂପରେ ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସେ ଚଷମା ପିନ୍ଧିଥିବା ବେଳେ ସେ ସିଗାରେଟ ଟାଣୁଥିବାର ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.