ଜନ୍ମଦିନ କେକ୍‌ ଖାଇ ଝିଅର ମୃତ୍ୟୁ ଘଟଣାରେ ଖାଦ୍ୟ ବିଭାଗ ଟିମ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଜନ୍ମଦିନରେ କେକ୍‌ ଖାଇବା ପରେ ୧୦ ବର୍ଷର ଝିଅର ମୃତ୍ୟୁ ଘଟିଛି । ଏହା ପରେ କେକ୍ ଦୋକାନର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ କାନ୍ଦି କାନ୍ଦି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର । ଏନେଇ ପୋଲିସ ସୂଚନା ଦେଇଛନ୍ତି ।

ବାର୍ଥ ଡେ ହେଲା ଡେଥ୍‌ ଡେ, ଜନ୍ମଦିନ କେକ୍‌ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ । ପଞ୍ଜାବର ପଟିଆଲାରୁ ଏକ ହୃଦୟବିଦାରକ ଖବର ଆସିଛି । ଜନ୍ମଦିନରେ କେକ୍‌ ଖାଇବା ପରେ ୧୦ ବର୍ଷର ଝିଅର ମୃତ୍ୟୁ ଘଟିଛି । ଏହା ପରେ କେକ୍ ଦୋକାନର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ କାନ୍ଦି କାନ୍ଦି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର । ଏନେଇ ପୋଲିସ ସୂଚନା ଦେଇଛନ୍ତି ।

କୁହାଯାଉଛି ଯେ, ଝିଅର ମା ପୋଲିସ ନିକଟରେ ଅଭିଯୋଗ କରିଥିଲେ, ତାଙ୍କ ଅଭିଯୋଗ ଅନୁଯାୟୀ ମାର୍ଚ୍ଚ ୨୪ରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନଲାଇନରେ ଗୋଟିଏ କେକ୍‌ ଦିଆଯାଇଥିଲା। ଅଭିଯୋଗରେ ଦର୍ଶାଯାଇଛି ଯେ କେକ୍ ଖାଇବା ପରେ ଝିଅ ସମେତ ପରିବାରର ସମସ୍ତ ସଦସ୍ୟ ବାନ୍ତି କରିବା ଆରମ୍ଭ କରିଥିଲେ। ହେଲେ ବଡ଼ ପରିତାପର ବିଷୟ ତା’ ପରଦିନ ପରିବାରର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସୁଧୁରିଥିଲା କିନ୍ତୁ ଝିଅଟିର ମୃତ୍ୟୁ ହୋଇଥିଲା।

ଅଭିଯୋଗକୁ ଭିତ୍ତି କରି ଦୋକାନ ମାଲିକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୨୭୩ (ବିଷାକ୍ତ ପାନୀୟ କିମ୍ବା ଖାଦ୍ୟ ବିକ୍ରୟ) ଏବଂ ୩୦୪-A (ଅବହେଳା ଯୋଗୁଁ ମୃତ୍ୟୁ ଘଟାଇଥାଏ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ମୃତ୍ୟୁର କାରଣ ଜାଣିବା ପାଇଁ ଲାବୋରେଟୋରୀକୁ ଭିସେରା ନମୁନା ପଠାଯାଇଥିବା ପୋଲିସ କହିଛି ।

ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ୨୮ ମାର୍ଚ୍ଚ ଗୁରୁବାର ଝିଅର ପରିବାର ମୋତେ ଭେଟିଥିଲେ । ମୁଁ ତାଙ୍କୁ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗରେ ଆନୁଷ୍ଠାନିକ ଅଭିଯୋଗ କରିବାକୁ କହିଥିଲି । ଖାଦ୍ୟ ବିଭାଗ ଟିମ୍‌ଙ୍କୁ ଘର ପରିଦର୍ଶନ କରିବା ସହ କେକ୍‌ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସିଭିଲ ସର୍ଜନ ରାମିନ୍ଦର କୌର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.